ପଞ୍ଚଭୂତରେ ବିଲୀନ ହେଲେ ଅଜିତ୍ ପାୱାର

0 34

ମୁମ୍ୱାଇ: ପଞ୍ଚଭୂତରେ ବିଲୀନ ହେଲେ ଅଜିତ୍ ପାୱାର । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ମୃତ୍ୟୁ ପରେ ଗୁରୁବାର  ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିନ ୧୧ଟା ସମୟରେ ଅଜିତ ପାୱାରଙ୍କ ରାଜନୈତିକ ଗଡ଼ ବାରାମତିର ବିଦ୍ୟା ପ୍ରତିଷ୍ଠାନ ମୈଦାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଅନେକ ବରିଷ୍ଠ ନେତା ଅନ୍ତିମ ସଂସ୍କାର ପାଇଁ ପହଞ୍ଚିଥିଲେ । ବୁଧବାର ସନ୍ଧ୍ୟାରେ ଅଜିତ ପାୱାରଙ୍କ ପାର୍ଥିବ ଶରୀରକୁ ପୁଣେ ଜିଲ୍ଲାର ବାରାମତୀର ଏକ ଶିକ୍ଷାନୁଷ୍ଠାନକୁ ଅଣାଯାଇଥିଲା । ଏନସିପି କର୍ମୀଙ୍କ ସହିତ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ସେଠାରେ ଏକତ୍ରିତ ହୋଇ ଦିବଂଗତ ନେତାଙ୍କ ସମ୍ମାନରେ ସ୍ଲୋଗାନ ଦେଇଥିଲେ । 

hiranchal ad1
Leave A Reply

Your email address will not be published.

5 + 7 =