ଏଣିକି ଗୋଟିଏ ଶିକ୍ଷାବର୍ଷ ସଂପୂର୍ଣ୍ଣ କରିଥିବା କଲେଜ ମାନ୍ୟତା ପାଇଁ କରିପାରିବେ ଆବେଦନ

0 59

ନୂଆଦିଲ୍ଲୀ: କଳେଜ ଓ ବିଶ୍ୱବିଦ୍ୟାଳୟମାନଙ୍କ ପାଇଁ ଏକ ଖୁସି ଖବର । ଏଣିକି କୌଣସି କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ଯଦି ଗୋଟିଏ ଶିକ୍ଷା ବର୍ଷ ସଂପୂର୍ଣ୍ଣ କରିଥିବେ, ତେବେ ସେମାନେ ପ୍ରଭିଜନାଲ ନାକ୍‌(ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌)ମାନ୍ୟତା ପାଇଁ ଆବେଦନ କରିପାରିବେ । ନାକ୍‌ ଦ୍ୱାରା ପ୍ରସ୍ତୁତ ନୂଆ ଗାଇଡଲାଇନରେ ଏହା ଉଲ୍ଲେଖ କରାଯାଇଛି । ଅଦ୍ୟାବଧି, କେବଳ ସେହି ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକ ଯାହା ଅତି କମରେ ଛଅ ବର୍ଷ ପୁରୁଣା, କିମ୍ବା ଯେଉଁଠାରୁ ଅତି କମରେ ଦୁଇ ବ୍ୟାଚ୍‌ ଛାତ୍ର ସ୍ନାତକ ହାସଲ କରିଛନ୍ତି, ସେମାନେ ନାକ୍‌ ମାନ୍ୟତା ପାଇଁ ଆବେଦନ କରିପାରିବାର ବ୍ୟବସ୍ଥା । ଅନେକ ଅନୁଷ୍ଠାନ ପ୍ରକୃତରେ ସମୀକ୍ଷା ପାଇଁ ଆବେଦନ କରନ୍ତି ନାହିଁ । ଫଳତଃ ଦେଶର ୫୧,୦୦୦ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଷ୍ଟାଣ୍ଡାଆଲୋନ ସଂସ୍ଥାଗୁଡ଼ିକ ମଧ୍ୟରୁ ଖୁବ୍‌ କମ୍‌ ସଂଖ୍ୟକ ଶିକ୍ଷାନୁଷ୍ଠାନର ନାକ୍‌ ଗ୍ରେଡିଙ୍ଗ୍‌ ଅଛି । ନାକ୍‌ ହେଉଛି ସ୍ୱୟଂଚାଳିତ ପ୍ରତିଷ୍ଠାନ । ୟୁଜିସି ଅଧୀନରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ବିଭିନ୍ନ ମାପକାଠି ଆଧାରରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ ନିର୍ଦ୍ଧାରଣ କରିଥାଏ । ପ୍ରଶାସନିକ ଢାଞ୍ଚା, ଶିକ୍ଷାଦାନ, ଶିକ୍ଷା, ଗବେଷଣା, ଭିତ୍ତିଭୂମି, ଆର୍ଥିକ ବ୍ୟବସ୍ଥା ଆଦିକୁ ଭିତି କରି ଏହା ଶିକ୍ଷାନୁଷ୍ଠାନଗୁଡ଼ିକର ମାନ୍ୟତା ବିଷୟ ଉପରେ ନିଷ୍ପ ି ନେଇଥାଏ ।

hiranchal ad1
Leave A Reply

Your email address will not be published.

10 − four =