ମସ୍କୋ : ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏକ ରାଷ୍ଟ୍ର ଆଉ ଏକ ରାଷ୍ଟ୍ର ଉପରେ ଆକ୍ରମଣ କରିବାର ଅଲୋଡ଼ା ନଜିର ସୃଷ୍ଟି ହୋଇଛି । ଋଷର ଆକ୍ରମଣରେ ୟୁକ୍ରେନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଋଷ ସେନାର ମିସାଇଲ ମାଡ଼ରେ ୪୦ ୟୁକ୍ରେନ ସୈନିକ ଓ ୧୦ ଜଣ ସାଧାରଣ ନାଗରିକଙ୍କର ମୃତୁ୍ୟ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅପରପକ୍ଷରେ ୟୁକ୍ରେନର ଆକ୍ରମଣରେ ମଧ୍ୟ ୫୦ ଋଷୀୟ ସୈନିକ ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । କିନ୍ତୁ ଏନେଇ ଉଭୟ ଦେଶ ପକ୍ଷରୁ ସରକାରୀ ବିବୃତି ଜାରି କରାଯାଇନାହିଁ ।