ନୂଆଦିଲ୍ଲୀ, : ଜର୍ମାନୀରେ ବାହାଘର ଆଉ ଦିଲ୍ଲୀରେ ଦେଲେ ରିସେପ୍ସନ। ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା ମଙ୍ଗଳବାର ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି । ଏହି ଉତ୍ସବରେ ଦେଶର ବହୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତିଙ୍କ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଜୁନ ୩, ୨୦୨୫ରେ ଜର୍ମାନୀରେ ଲୁଚାଛପାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଚର୍ଚ୍ଚିତ ଯୋଡ଼ି ଦିଲ୍ଲୀରେ ଏକ ଭବ୍ୟ ରିସେପସନ ଆୟୋଜନ କରିଥିଲେ। ଏହି ଅବସରରେ ମହୁଆ ମୋଇତ୍ର ଏକ ଲାଲ୍ ଶାଢ଼ୀ ଓ ପିନାକୀ ମିଶ୍ର ଧୋତି-ପଞ୍ଜାବୀରେ ଦେଖା ଦେଇଥିଲେ। ଏହି ରିସେପସନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ, ଟିଏମସି ନେତ୍ରୀ ସାୟନୀ ଘୋଷ, ରଚନା ବାନାର୍ଜୀ ଏବଂ ଜୁନ ମାଲିଆ, ବିଜେଡି ଏମପି ସୁଲତା ଦେଓଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏମପିମାନେ ଉପସ୍ଥିତ ଥିଲେ।
