ସ୍କାଏମେଟର ମୌସୁମୀ ପୂର୍ବାନୁମାନ:ଏବର୍ଷ ସ୍ୱାଭାବିକ ବର୍ଷା ହେବ

0 84

ନୂଆଦିଲ୍ଲୀ : ଏବେ ସାରା ଦେଶ ତାତିରେ ସିଜୁଛି । ବିଶେଷତଃ,ପଶ୍ଚିମ ଭାରତରେ ସ୍ଥିତି ଉଦବେଗଜନକ । ତେବେ କୌଣସି ଅଂଚଳରେ ପାରଦ ଏଯାଏଁ ୫୦ ଡିଗ୍ରୀ ଅତିକ୍ରମ କରି ନାହିଁ । ଓଡ଼ିଶାରେ ପାରଦ ୪୧ ଅତିକ୍ରମ କରି ସାରିଲାଣି । ରାଜସ୍ଥାନ,ମଧ୍ୟପ୍ରଦେଶ,କର୍ଣ୍ଣାଟକ,ପଞ୍ଜାବ ଭଳି କେତେକ ରାଜ୍ୟ ଅସହ୍ୟ ତାତି ଲାଗି ରହିଛି । ଖରା ସ୍ଥିତି ଏଭଳି ଲାଗି ରହିଥିବା ବେଳେ ଏବର୍ଷ ମୌସୁମୀ କିଭଳି ରହିବ,ତାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ଦେଖାଦେଲାଣି । ଗଲାବର୍ଷ କେତେକ ଭାଗରେ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲା । ଚାଷୀମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ଫସଲ ନଷ୍ଟ ହୋଇଥିଲା । ତାହାର ଭରଣା ଏପର୍ଯ୍ୟନ୍ତ ହୋଇପାରି ନାହିଁ । ତେଣୁ ଯଦି ଏବର୍ଷ ତାହା ପୁନରାବୃତ୍ତି ହୁଏ,ତାହେଲେ ଅବସ୍ଥା କ’ଣ ହେବ ବୋଲି ଚିନ୍ତା କରୁଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ଆକଳନ ସେମାନଙ୍କ ମନରେ ଆଶା ସଂଚାର କରିଛି । ସ୍କାଏମେଟ ଖହିଛଇ ଯେ,ଚଳିତ ବର୍ଷ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ ଏବଂ ଭଲ ଫସଲ ହେବ । ସମଗ୍ର ଦେଶରେ ୯୮% ବର୍ଷା ହେବ । ୨୦୨୨ରେ ଦେଶରେ ଆଦୌ ମରୁଡି ପରସ୍ଥିତି ସୃଷ୍ଟି ହେବନାହିଁ । ସେହିପରି ଅତ୍ୟଧିକ ବର୍ଷାର ଆଶଙ୍କା(୧୧୦%ରୁ ଅଧିକ) ୦% ରହିଛି । ୯୦%ରୁ କମ ବର୍ଷା ହେଲେ ଏହାକୁ ମରୁଡି ବା ନିଅଣ୍ଟିଆ ବର୍ଷା ଭାବେ ବିବେଚନା କରାଯାଏ । ସଂସ୍ଥା ଆକଳନ କରିଛି ଯେ ମୌସୁମୀ ପ୍ରଭାବରେ ଜୁନ୍‌ ମାସରେ ୧୦୭% ବା ୧୬୬.୯ ମିମିର ବର୍ଷା, ଜୁଲାଇରେ ୧୦୦%, ଅଗଷ୍ଟରେ ୯୯୫% ଓ ସେପ୍‌ଟେମ୍ବରରେ ୯୦% ବର୍ଷାର ସମ୍ଭାବନା ରହିଛି । ସେପ୍‌ଟେମ୍ବରରେ ସ୍ୱାଭାବିକ ବର୍ଷାର ସମ୍ଭାବନା ୨୦% ଥିବା ବେଳେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୧୦% ରହିଛି । ସେହିପରି ସ୍ୱାଭାବିକ ଠାରୁ କମ ବର୍ଷା ହେବାର ଆଶଙ୍କା ୭୦% ରହିଥିବା ସ୍କାଏମେଟ୍‌ ଆକଳନ କରିଛି । ଗୁଜରାଟ, ରାଜସ୍ଥାନ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ଭଳି ଉତ୍ତର ଭାରତର ପାହାଡିଆ ଅଞ୍ଚଳ ପାଇଁ ସାମାନ୍ୟ ଚିନ୍ତା ପ୍ରକଟ କରିବା ଭଳି ଖବର ଦେଇଛି । ଉତ୍ତର ଭାରତ ସହ ଉତ୍ତରପୂର୍ବ ଅଞ୍ଚଳର କିଛି ସ୍ଥାନରେ ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହୋଇପାରେ । ଏହା ବ୍ୟତୀତ କେରଳ ଓ ନର୍ଦ୍ଦନ କର୍ଣ୍ଣାଟକାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଜୁଲାଇରୁ ଅଗଷ୍ଟ ମଧ୍ୟରେ ନିଅଣ୍ଟିଆ ବର୍ଷାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ବ୍ୟତୀତ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ।

hiranchal ad1
Leave A Reply

Your email address will not be published.

4 + four =