ବିଧାୟକ ମାଆ ସ୍କୁଲ ସୁଇପର, କହିଲେ ମୋ କାମ ପାଇଁ ମୁଁ ଗର୍ବିତ

0 84

ଚଣ୍ଡିଗଡ : ଲୋକ କ୍ଷମତା ହାସଲ କରିଦେବା ପରେ ପୂର୍ବ କଥା ଭୁଲିଯାଆନ୍ତି । କିନ୍ତୁ କେତେକ ସ୍ଥଳରେ ଏମିତି ଘଟିନଥାଏ । ଏମିତି ଏକ ଉଦାହରଣର ସାଜିଛନ୍ତି ଆପ୍‌ ବିଧାୟକ ଲାଭ ସିଂଙ୍କ ମାଆ ବଲଦେବ କୌର । ବଲଦେବ କୌର ନିଜ ଗାଁର ଏକ ସରକାରୀ ସ୍କୁଲର ସୁଇପର ଭାବେ କାମ କରନ୍ତି । ପୁଅ ବିଧାୟକ ହେବା ପରେ ମଧ୍ୟ ସେ ତାଙ୍କ କାମରେ ନିୟମିତ ଭାବେ ଯୋଗ ଦେଉଛନ୍ତି । ଏପରିକି ସେ କହିଛନ୍ତି ମୁଁ ମୋ କାମ ପାଇଁ ସଦାସର୍ବଦ ଖୁସି । ସେହିପରି ସେ କହିଛନ୍ତି ମୁଁ ସ୍କୁଲରେ ଝାଡୁ ମାରୁଛି ଓ ମୁଁ ପୁଅକୁ ସେହି ଝାଡୁ ହିଁ ବିଧାୟକ କରିଛି । ବଲଦେବ କହିଛନ୍ତି ମୋ ପୁଅ ବିଧୟକ ହୋଇଛି, ମୁଁ ନୁହେଁ । ମୁଁ ଆଗରୁ ଯେମିତି ସୁଇପର ଭାବେ ସ୍କୁଲରେ କାମ କରୁଥିଲି ଆଜି ମଧ୍ୟ କରୁଛି, ଆଗୁକୁ ମଧ୍ୟ ଏହି କାର୍ଯ୍ୟ ଜାରି ରଖିବି । ବାଲଦେବଙ୍କୁ ବର୍ତ୍ତମାନ ୫୦ ବର୍ଷରୁ ଅଧିକ ବୟସ ହୋଇଛି । ସେ କହିଛନ୍ତି ଯେ ସେ ତାଙ୍କ ବିଧାୟକ ପୁଅକୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଚାକିରୀ ଛାଡିବେ ନାହିଁ । ସେ କହିଛନ୍ତି, “ମୁଁ ଯାହା କରୁଛି ସେଥିପାଇଁ ମୁଁ ଗର୍ବିତ । ଆମ ପରିବାର ରୋଜଗାର ପାଇଁ ସଂଘର୍ଷ କରୁଥିବାବେଳେ ମୋର ଚାକିରି ରୋଜଗାରର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରିଛି ।
ସୂଚନାଯୋଗ୍ୟ ଯେ, ଛୋଟିଆ ମରାମତି ଦୋକାନ କରିଥିବା ଲାଭ ସିଂ ଗତ ପଞ୍ଜାବ ବିଧାନସଭା ନିର୍ବାଚନରେ ଭଦୌର ଆସନରୁ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ବିଧାୟକ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିପକ୍ଷରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଚାନ୍ନିଙ୍କୁ ୩୭,୫୫୮ ଭୋଟରେ ପରାସ୍ତ କରି ଲାଭ ସିଂ ଇତିହାସ ରଚିଥିଲେ । ଏହାପରେ ପୁଅର ବିଜୟ ପରେ ମାଆ ବଲଦେବ କୌର ବହୁତ ଖୁସି ହେବା ସହ ପରିବାରରେ ଉତ୍ସାହ ମାହୋଲ ସୃଷ୍ଟି ହୋଇଥିଲା ।

hiranchal ad1
Leave A Reply

Your email address will not be published.

12 − 9 =