ଏଣିକି ଏହି ଶ୍ରେଣୀର ପିଲା ବହି ଦେଖି ପରୀକ୍ଷା ଦେବେ

0 80

ଭୁବନେଶ୍ୱର:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  (ସିବିଏସ୍‌ଇ) ପରିଚାଳିତ ସ୍କୁଲରେ ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ  କରାଯିବ ପରିବର୍ତ୍ତନ । ବହି ଦେଖି ପିଲାମାନେ ପରୀକ୍ଷା ଦେବେ । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍‌ ମୋଡ୍‌ରେ କାର୍ଯ୍ୟକାରୀ  କରାଯିବ । ଜୁନ୍‌ ମାସରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତିକୁ  ଅନୁମୋଦନ ଦେଇଛି ସିବିଏସ୍‌ଇ । 

hiring

ଜୁନ୍‌ ମାସରେ ସିବିଏସ୍‌ଇର ବୈଠକରେ ନବମ ଶ୍ରେଣୀ ପରୀକ୍ଷାରେ ଇଣ୍ଟିଗ୍ରେଟିଂ ଓପନ୍‌ ବୁକ୍‌ ଆସେସ୍‌ମେଣ୍ଟ ନେଇ ଆଲୋଚନା ହୋଇଥିଲା। ଯେଉଁଥିରେ ପିଲାମାନେ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟ ପାଠ୍ୟପୁସ୍ତକ ଦେଖି ପରୀକ୍ଷା ଦେବେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହାକୁ ସିବିଏସ୍‌ଇ ଗଭର୍ଣ୍ଣିଂ ବଡି ଅନୁମୋଦନ ଦେଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପ୍ରସ୍ତୁତ ନ୍ୟାସନାଲ୍‌ କରିକୁଲମ  ଫ୍ରେମ୍‌ୱାର୍କ ଫର ସ୍କୁଲ ଏଜୁକେସନ  (ଏନ୍‌ସିଏଫ୍‌ଏସ୍‌ଇ)କୁ ଗୁରୁତ୍ୱ ଦେଇ  ଏପରି ପଦକ୍ଷେପ ନିଆଯାଇଛି ।  ପିଲା ପରୀକ୍ଷା ଦେବା ସମୟରେ ପାଠ୍ୟପୁସ୍ତକ, କ୍ଲାସ ନୋଟ୍‌, ଲାଇବ୍ରେରୀ ମ୍ୟାଟେରିଆଲ୍‌କୁ  ବ୍ୟବହାର କରିବାକୁ ସୁଯୋଗ  ପ୍ରଦାନ କରାଯିବ ।

hiranchal ad1
Leave A Reply

Your email address will not be published.

18 − eleven =