ମୋଦୀଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ

0 77

ଶ୍ରୀନଗର: ମୋଦୀଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ। କାର୍ଯ୍ୟକ୍ରମ ଆୟୋଜିତ ସ୍ଥାନରୁ ୧୨ କିମି ଦୂରରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀର ଗସ୍ତ କରି ସେଠାରେ ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଯେଉଁଠି କାର୍ଯ୍ୟକ୍ରମର ଆୟୋଜନ ହେବ ସେଠୁ ୧୨ କିମି ଦୂରରେ ଏହି ବିସ୍ଫୋରଣ ହୋଇଛି। ମାଟିତଳେ ଏହି ବିସ୍ଫୋରକ ସାମଗ୍ରୀ ପୋତାଯାଇଥିଲା ବୋଲି ସୂଚନା ମିଳିଛି।   

hiring

ଜାମ୍ମୁ ଜିଲ୍ଲାର ଲାଲିଆଣା ଗାଁରେ ଏହି ବିସ୍ଫୋରଣ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି ଜଣାପଡ଼ୁ ନଥିବା ପୁଲିସ କହିଛି।

ସୂଚନା ଥାଉକି ଆଜି ପ୍ରଧାନମନ୍ତ୍ରୀଙ୍କର ଜାମ୍ମୁ-କାଶ୍ମୀର ଗସ୍ତ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ କିଛି ପ୍ରକଳ୍ପର ଶୁଭାରମ୍ବ କରିବେ। ଜାତୀୟ ପଞ୍ଚାୟତି ରାଜ ଦିବସ ଅବସରରେ ସାମ୍ବା ଜିଲ୍ଲାରେ ପାଲି ଗାଁରୁ ମୋଦୀ ଦେଶର ସମସ୍ତ ଗ୍ରାମସଭାକୁ ସମ୍ବୋଧନ କରିବେ। ତା ସହିତ ଜାମ୍ମୁ-କାଶ୍ମୀର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କାର ହିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିରେ ବାନିହାଲ-କ୍ୱାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା,ଦିଲ୍ଲୀ ଅମୃତସର କାଟ୍ରା ଏକ୍ସପ୍ରେସ୍ ୱେ ଏବଂ ରାଟ୍ଲ ଏବଂ କ୍ୱାର ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ଆଦି ପ୍ରକଳ୍ପ ରହିଛି।

hiranchal ad1
Leave A Reply

Your email address will not be published.

two × 3 =