ପ୍ରଧାନମନ୍ତ୍ରୀଙ୍କ ଘର ଜାଳିଦେଲେ

0 136

କଲୋମ୍ୱୋ: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଜଟିଳ ଥିବା ବେଳ ଜିଦ୍‌ରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀଙ୍କ ମହିନ୍ଦା ରାଜପାକ୍ଷଙ୍କ ଇସ୍ତଫା ପରେ ବି ଥମିନି ଆନ୍ଦୋଳନ ନରମି ନାହାନ୍ତି ଆନ୍ଦୋଳନକାରୀ । ବରଂ ମୁହାଁମୁହିଁ ହୋଇଛନ୍ତି ମହିନ୍ଦା ରାଜପାକ୍ଷେଙ୍କ ସମର୍ଥକ ଓ ଆନ୍ଦୋଳନକାରୀ । ଫଳରେ ହିଂସକ ରୂପ ନେଇଛି ସରକାର ବିରୋଧୀ ଆନ୍ଦୋଳନ । ସରକାରୀ ଦଳର ୧୫ରୁ ଅଧିକ ସଦସ୍ୟଙ୍କ ଘର ଏବଂ କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି ପ୍ରଦର୍ଶନକାରୀ । ଯେଉଁଥିରେ ଗୋଟାବାୟା ରାଜପାକ୍ଷେଙ୍କ ପୈତୃକ ଘର ମଧ୍ୟ ସାମିଲ ।

hiring

ଦେଶର ପରିସ୍ଥିତିକୁ ନଜରରେ ରଖି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ କର୍ଫ୍ୟୁ ଜାରି କରିଥିଲେ । ପୋଲିସ ପ୍ରଧାନମନ୍ତ୍ରୀ ଆବାସ ଏବଂ ଘର ନିକଟରୁ ଭିଡ଼ ହଟାଇବା ନେଇ ଫାଙ୍କା ଗୁଳି ଚାଳନା କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଦେଶବ୍ୟାପୀ ଚାଲିଥିବା ଏହି ହିଂସାରେ ମୋଟ ୫ ଲୋକଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି ୨୦୦ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ସାଂସଦ ମଧ୍ୟ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

6 − 1 =