ଚୀନ ବିରୋଧରେ ଏଭଳି ପଦକ୍ଷେପ ନେଲା ଭାରତ

0 73

ନୂଆଦିଲ୍ଲୀ,୨୪/୪ : କେତେକ ପ୍ରସଙ୍ଗକୁ ନେଇ ଭାରତ ଓ ଚୀନ ମଧ୍ୟରେ ସଂପର୍କ ଅଧିକ ବିଗିଡ଼ିବାରେ ଲାଗିଛି । ଗତ କିଛି ମାସ ମଧ୍ୟରେ ଚୀନ ବିରାଧରେ ଭାରତ ଏକାଧିକ ବଡ଼ ପଦକ୍ଷେପ ଗ୍ରହଣ କରିସାରିଥିବା ବେଳେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଭିସା ସଂପର୍କିତ । ବିଶ୍ୱ ଗ୍ଲୋବାଲ ଏୟାରଲାଇନ ସଂସ୍ତା ତରଫରୁ ଭାରତ ଦ୍ୱାରା ଚୀନ ନାଗରିକଙ୍କୁ ଜାରି କରାଯାଇଥିବା ପର୍ଯ୍ୟଟନ ଭିସା ଏବେ ବୈଧ ନୁହେଁ ବୋଲି କହିଛି । ସେପଟେ ଭାରତ ସରକାରଙ୍କର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ଭାରତ ଦ୍ୱାରା ଏବେ ବି ଚୀନ ନାଗରିକଙ୍କୁ ବାଣିଜ୍ୟ, ରୋଜଗାର, ଓ କୂଟନୈତିକ ଅଧିକାରୀଙ୍କୁ ଭିସା ଦିଆଯାଉଛି । ହେଲେ ଚୀନ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ରଦ୍ଦ କରିବା ନିଷ୍ପତ୍ତି ସେତେବେଳେ ଆସିଛି ଯେତେବେଳେ ଚୀନ ତରଫରୁ ୨୦ ହଜାର ଭାରତୀୟ ଛାତ୍ରଙ୍କୁ ଚୀନ ଫେରିବା ପାଇଁ ଅନୁମତି ଦେଇ ନାହିଁ । କରୋନା ମହାମାରୀ କାରଣରୁ ଏହି ଛାତ୍ରମାନେ ଚୀନରୁ ଭାରତ ଫେରି ଆସିଥିଲେ । ହେଲେ ଯେତେବେଳେ ସେମାନେ ପଢା ସମାପ୍ତ କରିବାକୁ ଚୀନ ଯିବାକୁ ଅନୁମତି ମାଗିଲେ,ଚୀନ ସରକାର ସେମାନଙ୍କ ଆବେଦନକୁ ୱେଟିଂ ଲିଷ୍ଟରେ ରଖି ଦେଇଛନ୍ତି । ସେପଟେ ଥାଇଲ୍ୟାଣ୍ଡ, ପାକିସ୍ତାନ, ଓ ଶ୍ରୀଲଙ୍କାର ଛାତ୍ରମାନଙ୍କୁ ଚୀନ ସରକାର ଚୀନ ଫେରିବାକୁ ଅନୁମତି ଦେଇଥିବା ବେଳେ ଭାରତୀୟ ଛାତ୍ରଙ୍କୁ ୱେଟିଂ ଲିଷ୍ଟରେ ରଖି ଭାରତ ସହ ଶତ୍ରୁତା ବୃଦ୍ଧି କରିଛି । ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଗତ ମାସରେ ଭାରତ ଆସିଥିବା ଚୀନ ବୈଦେଶିକ ମନ୍ତ୍ରୀ ବାଙ୍ଗ ୟୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ହେଲେ ବେଜିଂ ତରଫରୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ଉତ୍ତର ଦିଆଯାଇନଥିବାରୁ ଭାରତ ଅସନ୍ତୋଷ ପ୍ରକାଶ କରିଛି ।

hiranchal ad1
Leave A Reply

Your email address will not be published.

five × 2 =