ଏଣିକି ରାଜ୍ୟପାଳ ନୁହନ୍ତି,ମୁଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି : ଜାଣନ୍ତୁ,କେଉଁ ରାଜ୍ୟରେ

0 104

କୋଲକାତା : ଅନେକ ବର୍ଷ ଧରି ପ୍ରଚଳିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି । ପଶ୍ଚିମ ବଙ୍ଗରେ ଖୁବଶୀଘ୍ର ଦେଖିବାକୁ ମିଳିବ ନୂଆ କଥା । ତାହା କୁଳାଧିପତି ପଦକୁ ନେଇ । ଏଣିକି ପଶ୍ଚିମବଙ୍ଗରେ ରାଜ୍ୟପାଳ ନୁହନ୍ତି,ମୁଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି । ପଶ୍ଚିମବଙ୍ଗ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ରାଜ୍ୟ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ରାଜ୍ୟପାଳ କୁଳାଧିପତି ହେବେ ନାହିଁ । ରାଜ୍ୟପାଳଙ୍କ ପରିବର୍ତ୍ତେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳାଧିପତି ହେବେ । ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି ଏବଂ ବର୍ତ୍ତମାନ ବିଧାନସଭାରେ ଆଇନରେ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରାଯିବ । ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ବିିଷୟରେ ସମସ୍ତଙ୍କୁ ଜଣା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ ଭବନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ପୁଣିଥରେ ବିତର୍କ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ସରକାର କହିଛନ୍ତି ଯେ ରାଜ୍ୟପାଳଙ୍କ ଯୋଗୁଁ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତିରେ ବିଳମ୍ବ ହେଉଛି । ଏହି ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପ ରହୁଛି । ରାଜ୍ୟପାଳ ଜଗଦୀପ ଧନଖର ଏହା ପୂର୍ବରୁ ଅଭିଯୋଗ କରିଥିଲେ ଯେ ରାଜ ଭବନର ବିନା ଅନୁମତିରେ ରାଜ୍ୟ ସରକାର ଅନେକ କୁଳପତିଙ୍କୁ ନିଯୁକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 + fourteen =