ନୂପୁର ଶର୍ମାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଦେଶବାସୀଙ୍କ କ୍ଷମା ମାଗିବାକୁ କହିଲେ

0 82

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡା ନିନ୍ଦା କରିଛନ୍ତି। ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ ଉଦୟପୁର ଘଟଣାରେ ତାଙ୍କୁ କୋର୍ଟ ଦାୟୀ କରିଛନ୍ତି। ତାଙ୍କ ଯୋଗୁ ହିଁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୁପ୍ରିମକୋର୍ଟ କହିଛନ୍ତି।

hiring

ଆଜି ନୂପୁର ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଭିନ୍ନ ଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଯେତିକି ବି ମାମଲା ରୁଜୁ ହୋଇଛି ସେ ସବୁକୁ ଦିଲ୍ଲୀ ଟ୍ରାନ୍ସଫର କରିବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତାଙ୍କର ଏହି ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ‘ତାଙ୍କ ମନ୍ତବ୍ୟ ସାରା ଦେଶରେ ଲୋକଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଛି। ଆଜି ଦେଶରେ ଯାହା ଘଟୁଛି ସେଥିପାଇଁ ସେ ଦାୟୀ। କୋର୍ଟ କହିଛନ୍ତି ଯେ ଆମେ ବିତର୍କ ଦେଖିଛୁ, ଏଥିରେ ଲୋକଙ୍କୁ ଭଡକାଇବା ପାଇଁ ସେ ଚେଷ୍ଟା କରିଥିଲେ। କିନ୍ତୁ ଏହା ପରେ ସେ ଯାହା କହିଥିଲେ ତାହା ଅଧିକ ଲଜ୍ଜାଜନକ ଅଟେ।’Read about permalinks(opens in a new tab)

hiranchal ad1
Leave A Reply

Your email address will not be published.

four × four =