ଆସିଲା ମୋଦୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ରିପୋର୍ଟ

0 184

ନୂଆଦିଲ୍ଲୀ: ୨ଦିନିଆ ବ୍ରିଟେନ ଗସ୍ତ ଶେଷ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ବୀପରେ ପହଞ୍ଚିଛନ୍ତି। ଏହି ଗସ୍ତ ମଧ୍ୟରେ କେନ୍ଦ୍ର ତରଫରୁ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରାର ଖର୍ଚ୍ଚ ବିଷୟରେ ଉଲ୍ଲେଖ ରହିଛି। ୨୦୨୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଏବଂ ଫ୍ରାନ୍ସ ସମେତ ପାଞ୍ଚଟି ଦେଶ ଗସ୍ତରେ ୬୭ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶଯାଇଛି। ଏହା ସହ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ତାଙ୍କ ବିଦେଶ ଯାତ୍ରା ପାଇଁ ପ୍ରାୟ ୨୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଲେଖାଯାଇଛି।

hiring

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମରିସସ୍, ସାଇପ୍ରସ୍, କାନାଡା ଏବଂ କ୍ରୋଏସିଆ ଏବଂ ଘନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବ୍ୟ‌ା ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା, ସେ ତଥ୍ୟ ଉପଲବ୍ଧ ନଥିବା ମନ୍ତ୍ରାଳୟ ପକ୍ଷରୁ ଜଣାଯାଇଛି। ତେବେ ଏହି ଗସ୍ତଗୁଡ଼ିକ ମଧ୍ୟରୁ ସବୁଠାରୁ ମହଙ୍ଗା ଥିଲା ଫ୍ରାନ୍ସ, ଯାହାର ଖର୍ଚ୍ଚ ୨୫ କୋଟି ଟଙ୍କାରୁ ଅଧିକ ଥିଲା। ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତରେ ୨୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା ବୋଲି କୁହାଯାଇଛି। ୨୦୨୫ ମସିହାରେ, ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରି ୧୦-୧୩ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ଆମେରିକା ଗସ୍ତ କରିଥିଲେ।

hiranchal ad1
Leave A Reply

Your email address will not be published.

13 − 2 =