୧୫୦ କିଲୋ ବିସ୍ଫୋରକ ଜବତ, ୨ ଗିରଫ

0 33

ଜୟପୁର : ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ରାଜସ୍ଥାନ ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫୦ କିଲୋ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ଦୁଇ ବ୍ୟକ୍ତି ରାଜସ୍ଥାନର ବୁନ୍ଦି ଜିଲାର ସୁରେନ୍ଦ୍ର ପଟୱା ଓ ସୁରେନ୍ଦ୍ର ମୋଚୀ ବୋଲି ଜଣାପଡ଼ିଛି। ଡିଏସପି ମୃତ୍ୟୁଞ୍ଜୟ ମିଶ୍ରାଙ୍କ ସୂଚନା ଅନୁସାରେ ଡିଏସଟିକୁ ଯାଞ୍ଚ ସମୟରେ ଏକ କାରରୁ ୧୫୦ କିଲୋ ଆମୋନିୟମ ନାଇଟ୍ରେଟ୍ ମିଳିଥିଲା। ଏହି ବିସ୍ଫୋରକ ସାମଗ୍ରୀ ବୁନ୍ଦିରୁ ଟୋଙ୍କ ନିଆଯାଉଥିବା ଜଣା ପଡିଥିଲା। ଏହା ବ୍ୟତୀତ ୨୦୦ କାରତୁସ ଓ ପ୍ରାୟ ୧୧୦୦ ମିଟର ଲମ୍ବା ଫ୍ୟୁଜ୍ ତାର ମଧ୍ୟ ଜବତ ହୋଇଛି। ସାମଗ୍ରୀ ନିଆଯାଉଥିବା କାରକୁ ଜବତ କରିବା ସହ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗୁଇନ୍ଦା ସୂଚନା ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀର ଉଦ୍ଦେଶ୍ୟ, ସମ୍ପୃକ୍ତି ଆଦି ସମ୍ବନ୍ଧରେ ସୂଚନା ପାଇଁ ଯାଞ୍ଚ ଚାଲିଛି। ସୂଚନାଯୋଗ୍ୟ ଆମୋନିୟମ ନାଇଟ୍ରେଟକୁ ସାର ରୂପେ ମଧ୍ୟ ବ୍ୟବହାର କରାଯାଏ। ଗତ ମାସରେ ଦିଲ୍ଲୀ ଲାଲକିଲା ନିକଟରେ ହୋଇଥିବା ବିସ୍ଫୋରଣରେ ଅନ୍ୟ ପଦାର୍ଥ ସହ ଏହାକୁ ମଧ୍ୟ ବ୍ୟବହାର କରାଯାଇଥିଲା।

hiranchal ad1
Leave A Reply

Your email address will not be published.

20 − four =