ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନଗଣନା ଏବଂ ଜାତି ଗଣନା ସହିତ ଜଡିତ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି ଗୃହ ମନ୍ତ୍ରାଳୟ। ଜନଗଣନା ଆଇନ ୧୯୪୮ ଅନୁଯାୟୀ ଅଧିସୂଚନା ଜାରି ହୋଇଛି। ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ଆରମ୍ଭ ହେବ। ଏବେ ଜନଗଣନା ସହିତ ଜଡିତ ବିଭିନ୍ନ ସଂସ୍ଥା ସକ୍ରିୟ ହେବେ। ପ୍ରଥମେ କର୍ମଚାରୀ ନିଯୁକ୍ତି, ତାଲିମ, ଫର୍ମାଟ୍ ପ୍ରସ୍ତୁତିର ଯୋଜନା କରାଯିବ। ଦେଶରେ ପ୍ରଥମ ଥର ପାଇଁ, ଜନଗଣନା ଏବଂ ଜାତି ଗଣନା ଏକକାଳୀନ କରାଯାଉଛି।

ପ୍ରତି ୧୦ ବର୍ଷରେ ଭାରତରେ ଜନଗଣନା କରାଯାଏ, ଯାହା ମାଧ୍ୟମରେ ଦେଶର ଜନସଂଖ୍ୟା, ସାମାଜିକ-ଆର୍ଥିକ ଅବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଏ। ଜନଗଣନା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ ଅଭ୍ୟାସ ମଧ୍ୟରୁ ଗୋଟିଏ। ଗୃହ ମନ୍ତ୍ରଣାଳୟ ଅଧୀନରେ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୁଏ। କରୋନା ମହାମାରୀ ଯୋଗୁଁ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖାଯାଇଥିଲା। ଏବେ ଏହା ୨୦୨୭ରେ ଆରମ୍ଭ ହେଉଛି।
ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ । ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତିଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା ।
