ବହୁତ ପଛରେ ସୁନାକ :
ଲିଜ୍‌ ଟ୍ରୁସ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

0 328

ଲଣ୍ଡନ: ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିତର୍କ ପର୍ଯ୍ୟାୟ ସଂପୂର୍ଣ୍ଣ ହୋଇଛି । ଏହା ପରେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଦୌଡରେ ଲିଜ୍‌ ଟ୍ରୁସ୍‌ ଆଗରେ ଅଛନ୍ତି ଏବଂ ଭାରତୀୟ ବଂଶୋଭବ ଋଷି ସୁନାକ ବହୁତ ପଛରେ ପଡ଼ିଯାଇଛନ୍ତି । ବର୍ତ୍ତମାନର ସ୍ଥିତି ଦୃଷ୍ଟିରୁ ଲିଜ୍‌ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ଶୁକ୍ରବାର ଅର୍ଥାତ ଆଜି କଞ୍ଜରଭେଟିଭ ପାର୍ଟିର ସାଂସଦ ଓ ସଦସ୍ୟମାନେ ସେମାନଙ୍କର ଚୂଡାନ୍ତ ଭୋଟ ଦେବେ । ଏହାପରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ, ତା’ର ରେଜଲ୍ଟ ସୋମବାର ଘୋଷଣା ହେବ । ଏହି ରେଜଲ୍ଟର ଦିନକ ପରେ ବୋରିସ ଜନସନ ବିଧିବଦ୍ଧ ଭାବେ ରାଣୀ ଏଲିଜାବେଥ ୨ଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇବେ । ପ୍ରଥମ ୫ ରାଉଣ୍ଡରେ ଋଷି ସୁନାକ ଆଗରେ ଥିବା ବେଳେ ଏବେ ଚୂଡାନ୍ତ ଲଢେଇରେ ଲିଜ୍‌ ଆଗେଇ ଯାଇଛନ୍ତି । ଜନସନଙ୍କ ସରକାରରେ ସୁନାକ ଅର୍ଥମନ୍ତ୍ରୀ ଓ ଲିଜ୍‌ ବୈଦେଶିକ ସଚିବ ଭାବେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ କଡା ଟକ୍କର ମଧ୍ୟ ହୋଇଛି । ହେଲେ ଅଧିକାଂଶ ସର୍ଭେ ଲିଜ୍‌ଙ୍କ ସପକ୍ଷରେ ମତ ରଖିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ, ସେଥିପାଇଁ ଅଗଷ୍ଟ ପ୍ରଥମରୁ ଉଭୟ ପୋଷ୍ଟାଲ ଓ ଅନଲାଇନରେ ଭୋଟିଂ ଆରମ୍ଭ ହୋଇଥିଲା । ଏଥିରେ ପ୍ରାୟ ୨୦୦,୦୦୦ ଟୋରି ସଦସ୍ୟ ଭାଗ ନେଉଛନ୍ତି । ସଦସ୍ୟମାନେ ଦେଇଥିବା ଭୋଟରୁ ଜଣାପଡୁଛି ଯେ ଲିଜ୍‌ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁନାକଙ୍କ ତୁଳନାରେ ଯଥେଷ୍ଟ ଅଧିକ ଭୋଟ ପାଇ ଆଗରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

eleven + 8 =