ଡେରାଡୁନ: ପୁଣି ଉତ୍ତରାଖଣ୍ଡରେ ପ୍ରଳୟ, ପୁଣି ବାଦଲଫଟା ବର୍ଷା । ବୁଧବାର ବିଳମ୍ବିତ ରାତିରେ ପୁଣି ଥରେ ବାଦଲଫଟା ବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡ । ପୂର୍ବରୁ ଧରାଲି, ଡେରାଡୁନରେ ବାଦଲଫଟା ବର୍ଷା ପ୍ରଳୟ ଆଣିଥିବା ବେଳେ ଏବେ ଚାମୋଲିରେ ପ୍ରକୃତି ରଚିଛି ତାଣ୍ଡବ । ରାତିରେ ଚାମୋଲିର ନନ୍ଦା ନଗରରେ ବାଦଲଫଟା ବର୍ଷା ପରେ ଭୀଷଣ ବନ୍ୟା ପରିସ୍ଥିତି ଉପୁଜିଛି । ଅଧ ରାତିରେ ପ୍ରଳୟ ମାଡ଼ି ଆସିଥିବାରୁ ପ୍ରଳୟ ପାଟିରେ ଅନେକ କିଛି ପଶିଯାଇଛି ।
