ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ !

0 43

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ବାର୍ଡ ଫ୍ଲୁ ବ୍ୟାପିଥିବାର ଆଶଙ୍କା କରାଯାଉଛି। ଠାଣେ ଜିଲ୍ଲା ଶାହପୁର ତହସିଲ ଭେଲୋଲୀ ଗାଁରେ ଥିବା ଏକ ପଲେଟ୍ରି ଫାର୍ମରେ ଅଚାନକ ଶାତଧିକ କୁକୁଡ଼ାଙ୍କ ମୃତ୍ୟୁ ହୁଏତ ଏହାର କାରଣ ହୋଇଥାଇପାରେ ବୋଲି କୁହାଯାଇଛି। ଠାଣେ ଜିଲ୍ଲା ମାଜିଷ୍ଟ୍ରେଟ୍ ମାମଲାରେ ଏକ ବୟାନ ଜାରି କରି ମୃତ କୁକୁଡାଙ୍କ ନମୁନା ସଂଗ୍ରହ ପରେ ଲାବୋରେଟରୀ ପଠା ଯାଇଥିବା କହିଛନ୍ତି। ଏହା ସହ ମାଜିଷ୍ଟ୍ରେଟ୍ ରାଜେଶ ନାର୍ଭେକର ସତର୍କତା ସ୍ୱରୂପ ଏହି ପଲେଟ୍ରି ଫାର୍ମର ୧ କିଲୋମିଟର ପରିଧି ମଧ୍ୟରେ ସବୁ ପକ୍ଷୀଙ୍କୁ ହତ୍ୟା କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପ୍ରାୟ ୨୫ ହଜାର ବିଭିନ୍ନ ପକ୍ଷୀଙ୍କୁ ମାରିଦିଆଯିବ ବୋଲି ଜଣାପଡିଛି। ସେହିପରି ଜିଲ୍ଲା ପଶୁପାଳନ ବିଭାଗଙ୍କୁ ସଂକ୍ରମଣର ନିୟନ୍ତ୍ରଣ ଲାଗି ଜରୁରୀ ଉପାୟ କରିବା ନିମନ୍ତେ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

hiranchal ad1
Leave A Reply

Your email address will not be published.

thirteen + one =