ରାହୁଲ ଗାନ୍ଧୀଙ୍କୁ ଇଡିର ପଚରାଉଚରା ଶେଷ, ଏହି ସବୁ ପ୍ରଶ୍ନର ସମ୍ମୁଖୀନ ହେଲେ

0 84

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଜି ଇଡି ପକ୍ଷରୁ ପଚରାଉଚରା କରାଯାଇଛିି । ଇଡି ପକ୍ଷରୁ କଂଗ୍ରେସ ନେତାଙ୍କୁ ପ୍ରାୟ ତିନି ଘଣ୍ଟା ପ୍ରଶ୍ନ କରାଯାଇଥିଲା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଖୋଜିଯାଇଥିଲା । ଏହି ସମୟରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ରାହୁଲଙ୍କୁ ୟଙ୍ଗ ଇଣ୍ଡିଆ ଏବଂ ଏଜିଏଲ ମଧ୍ୟରେ ହୋଇଥିବା ଚୁକ୍ତିରୁ ସେ କିପରି ଉପକୃତ ହୋଇଥିଲେ ବୋଲି ପଚରାଯାଇଥିଲା । ଏହା ବ୍ୟତୀତ ଏଜେନ୍ସିର ଅଧିକାରୀମାନେ ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ ଯେ ୟଙ୍ଗ ଇଣ୍ଡିଆରେ ତୁମର ଭୂମିକା କ’ଣ ଏବଂ ତୁମେ କିପରି କମ୍ପାନୀର ଅଂଶୀଦାର ହୋଇଛ? ୟଙ୍ଗ ଇଣ୍ଡିଆ ଲିମିଟେଡରେ ରାହୁଲ ଗାନ୍ଧୀଙ୍କ ୩୮ ପ୍ରତିଶତ ଅଂଶଧନ ରହିଛି ।
ସହକାରୀ ନିର୍ଦ୍ଦେଶକ ସ୍ତରର ଅଧିକାରୀ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିଥିଲେ । ସମଗ୍ର ପ୍ରକ୍ରିୟା ଡେପୁଟି ଡାଇରେକ୍ଟର ତଥା ଯୁଗ୍ମ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ଏହା ବ୍ୟତୀତ ଜଣେ ଅଧିକାରୀ ପଚରାଉଚରା ସମୟରେ ରାହୁଲ ଗାନ୍ଧୀଙ୍କ ଉତ୍ତର ଟାଇପ୍‌ କରୁଥିଲେ । ରାହୁଲ ଗାନ୍ଧୀଙ୍କୁ ଏହା ପ୍ରଥମ ଥର ପାଇଁ ପ୍ରଶ୍ନ କରାଯାଇଛି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଜୁନ୍‌ ୨୩ ରେ ପଚରାଉଚରା ପାଇଁ ଏଜେନ୍ସି ପକ୍ଷରୁ ଡକାଯାଇଛି । ଗଣମାଧ୍ୟମ ସହ କଥାବାର୍ତ୍ତା କରି କଂଗ୍ରେସ ମୁଖପାତ୍ର ରାଗିଣୀ ନାୟକ କହିଛନ୍ତି ଯେ ସେହି ଦିନ ଆମେ ମଧ୍ୟ ଆମେ ରାସ୍ତାକୁ ଓହ୍ଲାଇବୁ ଏବଂ ପ୍ରତିଶୋଧର ଆଭିମୁଖ୍ୟରେ ନିଆଯାଉଥିବା କାର୍ଯ୍ୟକୁ ବିରୋଧ କରିବୁ ।

hiranchal ad1
Leave A Reply

Your email address will not be published.

16 − nine =