ଜୁଲାଇ ୩ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

0 33

ନୂଆଦିଲ୍ଲୀ: ‘ଆଇଆଇଟି’ରେ ପ୍ରବେଶ ପାଇଁ ଜୁଲାଇ ୩ ତାରିଖରେ ‘ଜେଇଇ ଆଡଭାନ୍ସଡ୍‌ ୨୦୨୨’ର ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଗତକାଲି ‘ଆଇଆଇଟି-ମୁମ୍ବାଇ’ ଏଥିନିମନ୍ତେ ବିସ୍ତୃତ ତାରିଖ ଜାରି କରିଛି। ଚଳିତ ବର୍ଷ ଜୁଲାଇ ୩ ତାରିଖରେ ‘ଜେଇଇ ଆଡଭାନ୍ସଡ୍‌’ ହେବ। ‘ଜେଇଇ ଆଡଭାନ୍ସଡ୍‌’ ପାଇଁ ରେଜିଷ୍ଟ୍ରେସନ ଜୁନ୍‌ ୮ରୁ ଜୁନ୍‌ ୧୪ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯାଇପାରିବ। ଫି’ ଜମା କରିବାର ଅନ୍ତିମ ତିଥି ଜୁନ୍‌ ୧୫କୁ ଧାର୍ଯ୍ୟ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ସ୍ରାଇବ ଚୟନର ସମୟ ଜୁଲାଇ ୨ ପର୍ଯ୍ୟନ୍ତ ରହିବ। ଏହାପରେ ଆଡମିଟ୍‌ କାର୍ଡ ୨୭ ଜୁନ ସକାଳ ୧୦ଟା ବେଳେ ଜାରି କରାଯିବ। ଆଡମିଟ୍‌ କାର୍ଡକୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଡାଉନ୍‌ଲୋଡ୍‌ କରାଯାଇ ପାରିବ। ପରୀକ୍ଷା ଜୁଲାଇ ୩ ରବିବାର ଦିନ ଦୁଇଟି ପାଳିରେ ଅନୁଷ୍ଠିତ ହେବ। ପ୍ରଥମ ପାଳି ସକାଳ ୯ଟାରୁ ୧୨ ଟା ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ପାଳି ୨.୩୦ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ହେବ। ଏହାପରେ ‘ଜେଇଇ ଆଡଭାନ୍ସଡ୍‌’ର ୱେବସାଇଟ୍‌ରେ ଜୁଲାଇ ୭ରେ ରେସ୍ପପନ୍ସ ସିଟ୍‌ ଉପଲବ୍ଧ ହେବ। ପ୍ରୋଭିଜିନାଲ୍‌ ଉତ୍ତରର ଅନଲାଇନ୍‌ ଡିସପ୍ଲେ ଜୁଲାଇ ୯ ତାରିଖରୁ ହେବ। ଜୁଲାଇ ୯ ଓ ୧୦ରେ ପ୍ରୋଭିଜିନାଲ୍‌ ଉତ୍ତର ଉପରେ ଛାତ୍ରଛାତ୍ରୀମାନେ ନିଜର ଆପତ୍ତି ଦର୍ଶାଇପାରିବେ। ଚୂଡାନ୍ତ ଉତ୍ତର ଜୁଲାଇ ୧୮ ତାରିଖରେ ଜାରି କରାଯିବ।

hiranchal ad1
Leave A Reply

Your email address will not be published.

16 − 10 =