ନୂଆଦିଲ୍ଲୀ : ବିଶୃଙ୍ଖଳା ଆଚାରଣ ପାଇଁ ପୁଣି ଆଜି ଆଉ ତିନି ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ଆମ୍ ଆଦମୀ ଦଳର ହୋଇଥିବା ବେଳେ ଜଣେ ସ୍ୱାଧୀନ ସାଂସଦ ରହିଛନ୍ତି । ଆପ୍ ସାଂସଦ ସନ୍ଦୀପ ପାଠକ ଓ ସୁଶୀଲ ଗୁପ୍ତା ନିଲମ୍ବିତ ହୋଇଥିବା ବେଳେ ସ୍ୱାଧୀନ ସାଂସଦ ଅଜିତ କୁମାର ଭୁଇଆଁ ମଧ୍ୟ ଚଳିତ ସପ୍ତାହ ପାଇଁ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ଆମ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ ନିଲମ୍ବିତ ହୋଇଥିଲେ । ମୌସୁମୀ ଅଧିବେଶନ ସମୟରେ ଏ ପର୍ଯ୍ୟନ୍ତ ୨୩ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ସଞ୍ଜୟ ସିଂଙ୍କ ବ୍ୟତୀତ ଆଜି ନିଲମ୍ବିତ ହୋଇଥିବା ତିନିଜଣ ସାଂସଦଙ୍କୁ ଏହି ସପ୍ତାହ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ଆସନ୍ତା ସପ୍ତାହ ଅର୍ଥାତ୍ ସୋମବାର ଠାରୁ ଏହି ସାଂସଦମାନେ ଗୃହର ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମର୍ଥ ହେବେ ।