୪ କଂଗ୍ରେସ ସାଂସଦ ସଂପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବିତ, ଜାଣନ୍ତୁ କାରଣ

0 47

ନୂଆଦିଲ୍ଲୀ: ଦରଦାର ବୃଦ୍ଧିକୁ ନେଇ ସଂସଦରେ ଆଜି ବିରୋଧୀ ଦଳ ସାଂସଦମାନେ ହଙ୍ଗାମା କରିଛନ୍ତି । ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଲୋକସଭା ବାଚସ୍ପତି ଏମ ବିରଲା ସୋମବାର ୪ କଂଗ୍ରେସ ସାଂସଦ ମଣିକମ ଟାଗୋର,ରମ୍ୟା ହରିଦାସ, ଜ୍ୟୋତିମଣି ଓ ଟିଏନ ପ୍ରତାପନଙ୍କୁ ଲୋକସଭାରୁ ନିଲମ୍ବିତ କରିଛନ୍ତି । ସଂପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ଦରଦାମ ବୃଦ୍ଧି, ଜିଏସଟି ବୃଦ୍ଧି ଓ ଏଲପିଜି ଦରବୃଦ୍ଧିକୁ ବିରୋଧ କରୁଥିଲେ । ନିଲମ୍ବିତ ହେବାପରେ ବି ଗୃହ ବାହାରେ ସେମାନେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ । ଏହା ସେ ୍ୱ ଗୃହରେ ବିରୋଧୀ ଦଳ ସାଂସଦମାନେ ହଙ୍ଗାମା ଜାରି ରଖିଥିଲେ । ଗୃହମଧ୍ୟକୁ ପ୍ଲାକାର୍ଡ ନେଇ ନ ଆସିବାକୁ ବାଚସ୍ପତି ସଦସ୍ୟମାନଙ୍କୁ ନିବେଦନ କରିବା ସେ ୍ୱ ସେମାନେ ଗୃହରେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ । ଏହା ପରେ ବାଚସ୍ପତି ଗୃହକୁ ଆସନ୍ତା କାଲିପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ରାଜ୍ୟସଭାରେ ବି ବିରୋଧୀ ଦଳମାନେ ଦରଦାମ ବୃଦ୍ଧିକୁ ନେଇ ହଙ୍ଗାମା ଜାରି ରଖିଥିଲେ ।

hiranchal ad1
Leave A Reply

Your email address will not be published.

20 − sixteen =