ଦେଶର ୧୪ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

0 99

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ ଦେଶର ୧୪ ତମ ଉପରାଷ୍ଟ୍ରପତି ହୋଇଛନ୍ତି । ଗୁରୁବାର ଦିନ ରାଷ୍ଟ୍ରିୟ ଭବନରେ ଏକ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଥିଲେ । ଧନଖଡ ବିରୋଧୀ ପ୍ରାର୍ଥୀ ମାର୍ଗେଟ୍‌ ଆଲଭାଙ୍କୁ ୩୪୬ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
ଲୋକସଭା ସଚିବାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ୭୮୦ ଭୋଟରଙ୍କ ମଧ୍ୟରୁ ୭୨୫ ଜଣ ସାଂସଦ ଭୋଟ ଦେଇଥିଲେ । ସେଥିମଧ୍ୟରୁ ଧନଖଡ ୫୨୮ ଭୋଟ୍‌ ପାଇଥିବାବେଳେ ଅଲଭା ୧୮୨ ଭୋଟ୍‌ ପାଇଛନ୍ତି । ୫୦ ଅନୁପସ୍ଥିତ ଥିଲେ ଏବଂ ୧୫ ଭୋଟ୍‌ ନାକଚ ହୋଇଥିବା ଜଣାପଡିଛି ।
ଧନଖଡ ରାଜ୍ୟସଭାର ଅଧ୍ୟକ୍ଷ ହେବେ । ସେ ଭେଙ୍କୟା ନାଇଡୁଙ୍କ ସ୍ଥାନ ନେବେ । ଧନଖଡ ରାଜସ୍ଥାନର ଝୁନଝୁନରେ ଜନ୍ମଗ୍ରହଣ କରିଥିଲେ । ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଜଣେ ଓକିଲ ଥିଲେ । ୧୯୯୦ ରେ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୯ ରେ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହୋଇ ରହିଥିଲା ।
ଶପଥ ନେବା ପୂର୍ବରୁ ସେ ରାଜ ଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

16 + 6 =