ଦୀପାବଳିରେ ଫୁଟିବନି ବାଣ, ବିକ୍ରୀରେ ଲାଗିଲା ରୋକ୍‌

0 74

ନୂଆଦିଲ୍ଲୀ : ଏଥର ମଧ୍ୟ ଦିଲ୍ଲୀରେ ଦୀପାବଳି ଆତସବାଜିରୁ ମୁକ୍ତ ରହିବ । ଦିଲ୍ଲୀ ସରକାର ବାଣ ବିକ୍ରୀ ତଥା ବ୍ୟବହାର ଉପରେ ପ୍ରତିବନ୍ଧକକୁ ଜାନୁୟାରୀ ୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏଥର ଅନଲାଇନ୍‌ ବିକ୍ରୟ ଏବଂ ବିତରଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।
ପ୍ରଦୂଷଣର ବିପଦ କାରଣରୁ ଏହି ନିଷେଧାଦେଶ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ଲୀ ସରକାରର ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । ସେ ଏହାକୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକ ପ୍ରୟାସ ବୋଲି କହିଛନ୍ତି । ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ । ଏଥର ଅଫଲାଇନ ସହିତ ଫାୟାରକ୍ରାକର ଅନଲାଇନ୍‌ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

thirteen − 10 =