ଜାମ୍ମୁ : ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ବାରି ନିକଟରେ ଗଭୀର ଖାଇକୁ ଏକ ବସ୍ ଖସିଯିବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ବସଟି ସବଜିଆନରୁ ମାଣ୍ଡି ଆଡକୁ ଯାଉଥିଲା । ଘଟଣାର କିଛି ସମୟ ପରେ ସ୍ଥାନୀୟ ଲୋକ, ପୋଲିସ ଏବଂ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି ।
ଜାମ୍ମୁ କାଶ୍ମୀର ଏଲଜି ମନୋଜ ସିହ୍ନା ଏହି ସଡକ ଦୁର୍ଘଟଣାକୁ ନେଇ ସମବେଦନା ଜଣାଇଛନ୍ତି । ତାଙ୍କ କାର୍ଯ୍ୟାଳୟ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଜାରି କରିଥିବା ବାର୍ତ୍ତାରେ ସେ କହିଛନ୍ତି ଯେ, ପୁଞ୍ଚର ସବଜିଆନରେ ଏକ ସଡ଼କ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା । ମୁଁ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି । ଆହତମାନଙ୍କୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ଯୋଗାଇବା ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଏହାପୂର୍ବରୁ ଅଗଷ୍ଟ ୩୦ ରେ ଏକ କାର ୩୦୦ ଫୁଟ ଗଭୀର ଖାଇରେ ଖସିପଡିଥିଲା । ଏହି ଦୁର୍ଘଟଣାରେ ୧୬ ବର୍ଷର ବାଳିକା ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.