ମହାରାଷ୍ଟ୍ର ସରକାରରେ ସିନ୍ଦେ ସବୁଠୁ କମ ପାଠୁଆ

0 107

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି । ନୂତନ ମନ୍ତ୍ରିମଣ୍ଡଳରେ ସିନ୍ଦେଙ୍କ ଶିବସେନାରୁ ୯ ଜଣ ଏବଂ ବିଜେପିରୁ ୯ ଜଣ ମନ୍ତ୍ରୀ ହୋଇଛନ୍ତି । ସିନ୍ଦେ କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ରତ୍ନଗିରି ବିଧାନସଭା ଆସନରୁ ଜିତିଥିବା ଶିବସେନା ବିଧାୟକ ଉଦୟ ସାମନ୍ତ କ୍ୟାବିନେଟର ସର୍ବକନିଷ୍ଠ ମନ୍ତ୍ରୀ । ୪୬ ବର୍ଷୀୟ ସାମନ୍ତ ନିର୍ବାଚନ ଆଫିଡେଭିଟରେ ଜଣେ କୃଷକ ତଥା ସମାଜସେବୀ ବୋଲି କହିଥିଲେ । ସାମନ୍ତଙ୍କ ବ୍ୟତୀତ ଅନ୍ୟ ୧୯ଜଣ ମନ୍ତ୍ରୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବାବେଳେ ସାମନ୍ତଙ୍କ ପରେ ଯୁବ ମନ୍ତ୍ରୀମାନଙ୍କ ମଧ୍ୟରେ ୫୨ ବର୍ଷୀୟ ଦେବେନ୍ଦ୍ର ଫଡନାଭିସ୍‌ ଏବଂ ରବିନ୍ଦ୍ର ଚୌହାନଙ୍କ ନାମ ରହିଛି । ଏଥି ସହିତ ଶିବସେନା ଟିକେଟରେ ଜିତିଥିବା ଦୀପକ କେସରକର ମନ୍ତ୍ରିମଣ୍ଡଳର ବରିଷ୍ଠ ମନ୍ତ୍ରୀ ହୋଇଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ୬୭ ବର୍ଷୀୟ କେସରକର ସାୱନ୍ତୱାଡି ବିଧାନସଭା ଆସନ ଜିତିଥିଲେ । କ୍ୟାବିନେଟରେ ଥିବା ୧୧ଜଣ ମନ୍ତ୍ରୀଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ୫୮ ବର୍ଷ ବୟସ ବୋଲି ଜଣାପଡିଛି । ଏକନାଥ ସିନ୍ଦେ ତାଙ୍କ କ୍ୟାବିନେଟରେ ସର୍ବନିମ୍ନ ଶିକ୍ଷିତ ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ । ମନ୍ତ୍ରିମଣ୍ଡଳରେ ଦୁଇ ଜଣ ମନ୍ତ୍ରୀ ଦଶମ ପାସ୍‌ କରିଛନ୍ତି । ଏଥିମଧ୍ୟରେ ସିନ୍ଦେ ଏବଂ ସନ୍ଦୀପନ ରାଓ ଭୁମରେ ରହିଛନ୍ତି । ସିନ୍ଦେ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ୨୦ ଜଣ ମନ୍ତ୍ରୀ ହେଉଛନ୍ତି କୋଟିପତି । ଶିବସେନାର ସନ୍ଦୀପନ ରାଓ କ୍ୟାବିନେଟର ସବୁଠାରୁ ଗରିବ ମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

7 + four =