ସାଇରସ୍‌ଙ୍କ ବ୍ୟବଚ୍ଛେଦ ରିପୋର୍ଟ :
ମୁଣ୍ଡ,ଛାତିରେ ଶକ୍ତ ଆଘାତ ମୃତ୍ୟୁର କାରଣ

0 56

ମୁମ୍ବାଇ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି । ଶରୀର ଭିତରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକରେ ଗୁରୁତର ଆଘାତ କାରଣରୁ ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରୁ ଜଣାପଡିଛି । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ସାଇରସ ମିସ୍ତ୍ରୀ ଓ ତାଙ୍କ ବନ୍ଧୁଙ୍କ ବ୍ୟବଚ୍ଛେଦ ରାଜ୍ୟର ଜେଜେ ହସ୍ପିଟାଲ୍‌ରେ ହୋଇଛି । ସାଇରସ୍‌ଙ୍କ ମୁଣ୍ଡ,ଛାତି,ଜଙ୍ଘ ଏବଂ ବେକ ଆଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଖୁବ୍‌ ଜୋର୍‌ରେ ମାଡ ହୋଇଥିବା ଉଲ୍ଲେଖ ଅଛି । ଜେଜେ ହସ୍ପିଟାଲ୍‌ର କର୍ତ୍ତୃପକ୍ଷମାନେ ସୂଚନା ଦେଇ କହିଛନ୍ତି ଯେ ମିସ୍ତ୍ରୀଙ୍କ ନମୁନାକୁ ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟୋରିକୁ ପଠାଯିବ । ତାଙ୍କ ଶରୀରରେ କୌଣସି ପ୍ରକାରର ରସାୟନିକ,ମଦ କିମ୍ବା ବିଷ ଅଛି କି ନାହିଁ ପରୀକ୍ଷା କରାଯିବ । ଉଲ୍ଲେଖଯୋଗ୍ୟ, ରବିବାର କାର୍‌ ଦୁର୍ଘଟଣାରେ ସାଇରସ୍‌ଙ୍କର ପରଲୋକ ହୋଇଥିଲା । ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ତାଙ୍କର ମର୍ସିଡିସ୍‌ କାର୍‌ ଡିଭାଇଡର୍‌ରେ ପିଟି ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ସାଇରସଙ୍କୁ ୫୪ ବର୍ଷ ହୋଇଥିଲା । ସାଇରସଙ୍କ ପତ୍ନୀ ଓ ଦୁଇ ପୁଅ ଅଛନ୍ତି । ଇତିମଧ୍ୟରେ ସାଇରସଙ୍କର ମଙ୍ଗଳବାର ଅନ୍ତେଷ୍ଟି ମୁମ୍ବାଇରେ ସମ୍ପନ୍ନ ହୋଇଛି । ୱର୍ଲି ଶ୍ମଶାନରେ ପାରସୀ ରିତିନୀତିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ଏହି କାର୍ଯ୍ୟକ୍ରମରେ ଅନୀଲ ଅମ୍ବାନୀ ଓ ଏଚଡିଏଫସି ଚେୟାରମ୍ୟାନ ଦୀପକ ପାରେଖ, ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଓ ମିଲିନ୍ଦ ଦେଓଡା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × four =