ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବ ତାକୁ ନେଇ ଆଜି ଦିନ ତମାମ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ଏହାରି ଭିତରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତିର ଦ୍ୱିତୀୟ ରାଉଣ୍ଡ ଫଳ ସାମ୍ନାକୁ ଆସିଛି । ଏଥିରେ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗରେ ରହିଛନ୍ତି । ମୁର୍ମୁ ଏପର୍ଯ୍ୟନ୍ତ ମୋଟ ୧୩୪୯ ଭୋଟ୍ ପାଇଛନ୍ତି । ତାଙ୍କ ଭୋଟର ମୂଲ୍ୟ ଥିଲା ୪୮୩୨୯୯ । ଯଶୱନ୍ତ ସିହ୍ନା ମୋଟ ୫୩୭ ଭୋଟ୍ ପାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଗଣନାରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ବିହାର, ଅରୁଣାଚଳ ପ୍ରଦେଶ ଏବଂ ଗୋଆ ଭଳି ରାଜ୍ୟଗୁଡିକର ଫଳାଫଳ ଘୋଷଣା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗଣତି ହୋଇଥିବା ୧୦ ରାଜ୍ୟର ୧୧୩୮ ଭୋଟରୁ ମୁର୍ମୁଙ୍କ ୮୦୯ ଭୋଟ ମିଳିିଛି ଯାହାର ମୂଲ୍ୟ ୧,୦୫,୨୯୯ ରହିଛି । ସେହିପରି ସିହ୍ନାଙ୍କୁ ୩୨୯ଟି ଭୋଟ ମିଳିଛି, ଯାହାର ମୂଲ୍ୟ ୪୪,୨୭୬ ରହିଛି ।