‘ଜିସାଟ୍‌-୨୪’ ସାଟେଲାଇଟ୍‌ର ସଫଳ ଉତକ୍ଷେପଣ

0 52

ବେଙ୍ଗାଲୁରୁ: ‘ନିୟୁସ୍ପସ୍‌ ଇଣ୍ଡିଆ ଲିମିଟେଡ୍‌’ (ଏନ୍‌ଏସ୍‌ଆଇଏଲ୍‌) ନିମନ୍ତେ ‘ଇସ୍‌ରୋ’ ନିର୍ମାଣ କରିଥିବା ସାଟେଲାଇଟ୍‌ ‘ଜିସାଟ୍‌-୨୪’କୁ ଆଜି ଦକ୍ଷିଣ ଆମେରିକା ଅନ୍ତର୍ଗତ ଫ୍ରେଞ୍ଚ୍‌ ଗୁଆନାର କୁରୋସ୍ଥିତ ଫାରାସୀ କମ୍ପାନିର ‘ଏରିଏନ୍‌ସ୍ପସ୍‌’ରୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି । ସମଗ୍ର ଭାରତ ପାଇଁ ‘ଡିଟିଏଚ୍‌ ଆପ୍ଲିକେସନ୍‌’ର (ଟେଲିଭିଜନ୍‌) ସମସ୍ତ ଆବଶ୍ୟକତା ପୂରଣ କରୁଥିବା ୪୧୮୦ ଓଜନର ‘ଜିସାଟ୍‌-୨୪’ ହେଉଛି ଏକ ’୨୪-କେୟୁ’ ବ୍ୟାଣ୍ଡ୍‌ କମ୍ୟୁନିକେସନ୍‌ ସାଟେଲାଇଟ୍‌ । କୋରୁଠାରେ ଥିବା ୟୁରୋପ୍‌ର ସ୍ପେସ୍‌ପୋର୍ଟ ‘ଗୁଆନା ସ୍ପେସ୍‌ ସେଣ୍ଟର୍‌’ରୁ ‘ଏରିଏନ୍‌-୫ ‘ଭିଏ୨୫୭’ ରକେଟ୍‌ଦ୍ୱାରା ଆଜି ସକାଳ ୬: ୫୦ରେ ଉତ୍‌କ୍ଷେପଣ କରାଯାଇଥିବା ‘ଜିସାଟ୍‌-୨୪’ ମହାକାଶକୁ ଯାଇ ‘ଜିଓଷ୍ଟେସନାରି ଟ୍ରାନ୍‌ପୋର୍ଟ ଅର୍ବିଟ୍‌’ରେ ସ୍ଥାପିତ ହୋଇଛି । ଏହା ବ୍ୟତିରେକେ, ‘ଏୟାର୍‌ବସ୍‌ ଡିଫେନ୍‌ସ୍‌ ଆଣ୍ଡ୍‌ ସ୍ପେସ୍‌’ଦ୍ୱାରା ନିର୍ମିତ ‘ମଲ୍‌ଟି-ମିସନ୍‌ ଟେଲିକମ୍ୟୁନିକେସନ୍‌’ ସାଟେଲାଇଟ୍‌ ‘ମିସାଟ୍‌-୩’କୁ ମଧ୍ୟ ଏହି ଅଭିଯାନରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

20 + 18 =