ମହାରାଷ୍ଟ୍ର ସ୍କୁଲରେ ହିନ୍ଦୀ ଆଉ ବାଧ୍ୟତାମୂଳକ ନୁହେଁ

0 157

ମହାରାଷ୍ଟ୍ର : ମହାରାଷ୍ଟ୍ର ସ୍କୁଲରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତି ପରଠାରୁ ରାଜନୀତି ତୀବ୍ର ହୋଇଥିଲା । ଏବେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ‘ବାଧ୍ୟତାମୂଳକ’ କରାଯିବ ନାହିଁ । ସାଧାରଣତଃ ହିନ୍ଦୀକୁ ତୃତୀୟ ଭାଷା ଭାବରେ ପଢ଼ାଯିବ । ଏଥିପାଇଁ ସ୍କୁଲ ଶିକ୍ଷା ବିଭାଗ ଏକ ନୂତନ ସରକାରୀ ନିଷ୍ପତ୍ତି ଜାରି କରିଛି।

ସରକାରୀ ନିଷ୍ପତ୍ତି ଅନୁଯାୟୀ, ଶ୍ରେଣୀ-୧ ରୁ ‘ତ୍ରିଭାଷୀ’ ସୂତ୍ର ଗ୍ରହଣ କରାଯିବ । ଯଦି ଗୋଟିଏ ଶ୍ରେଣୀରେ ୨୦ ରୁ ଅଧିକ ଛାତ୍ର ହିନ୍ଦୀ ବଦଳରେ ଅନ୍ୟ ଭାଷା ଶିଖିବାକୁ ଚାହାଁନ୍ତି । ତେବେ ଶିକ୍ଷକ ତାହା ଉପଲବ୍ଧ କରାଇବେ କିମ୍ବା ଭାଷା ବିଷୟ ଅନଲାଇନରେ ପଢ଼ାଯିବ । ସ୍କୁଲ ଶିକ୍ଷା ପାଇଁ ରାଜ୍ୟ ପାଠ୍ୟକ୍ରମ ଯୋଜନା ୨୦୨୪ ଅନୁଯାୟୀ, ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ହିନ୍ଦୀ ଏବେ ତୃତୀୟ ଭାଷା ହେବ।

hiring

ଯଦି ଏହି ଛାତ୍ରମାନେ ହିନ୍ଦୀ ବଦଳରେ ଅନ୍ୟ କୌଣସି ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବରେ ଶିଖିବାକୁ ଇଚ୍ଛା ରଖନ୍ତି । ତେବେ ସେହି ଛାତ୍ରମାନଙ୍କୁ ତୃତୀୟ ଭାଷା ଭାବରେ ସେହି ଭାଷା ଶିଖିବାକୁ ଅନୁମତି ଦିଆଯିବ । ଯଦି ଅତି କମରେ ୨୦ ଜଣ ଛାତ୍ର ହିନ୍ଦୀ ବ୍ୟତୀତ ଅନ୍ୟ କୌଣସି ତୃତୀୟ ଭାଷା ଶିଖିବାକୁ ଆଗ୍ରହ ଦେଖାନ୍ତି । ତେବେ ସେହି ଭାଷା ପଢ଼ାଇବା ପାଇଁ ଜଣେ ଶିକ୍ଷକ ଯୋଗାଇ ଦିଆଯିବ, ନଚେତ୍ ସେହି ଭାଷା ଅନଲାଇନରେ ପଢ଼ାଯିବ । ସମସ୍ତ ମାଧ୍ୟମ ବିଦ୍ୟାଳୟରେ ମରାଠୀ ଏକ ବାଧ୍ୟତାମୂଳକ ଭାଷା ହେବ ।

ଦେବେନ୍ଦ୍ର ଫଡନଭିସ୍ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ ତିନି ଭାଷା ସୂତ୍ର ୧ ଶ୍ରେଣୀରୁ କାର୍ଯ୍ୟକାରୀ କରାଯିବ । ଯେଉଁଥିରେ ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ତୃତୀୟ ଭାଷା ଭାବରେ ହିନ୍ଦୀ ବାଧ୍ୟତାମୂଳକ ହେବ। ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ସହିତ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା କାର୍ଯ୍ୟକାରୀ କରିବା ସମୟରେ ଏହି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅନେକ ରାଜନେତା ଓ ଶିକ୍ଷକ ସଂଗଠନ ଏହାକୁ ତୀବ୍ର ବିରୋଧ କରିଥିଲେ । ଏହା ପରେ, ଶିକ୍ଷାମନ୍ତ୍ରୀ ଦାଦା ଭୁସେ ଘୋଷଣା କରିଥିଲେ ଯେ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରୁଛନ୍ତି।

hiranchal ad1
Leave A Reply

Your email address will not be published.

2 × 4 =