ଅଗ୍ନିବୀର ଭର୍ତ୍ତି ପାଇଁ ଆରମ୍ଭ ହେଲା ପଞ୍ଜିକରଣ

0 75

ନୂଆଦିଲ୍ଲୀ,୨୪/୬ : ଅଗ୍ନିପଥ ଯୋଜନାରେ ଆଜି ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ଏ ବାବଦରେ ଗତ ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଅନଲାଇନରେ ହେବାକୁ ଥିବା ଏହି ରେଜିଷ୍ଟ୍ରେସନ ୫ ଜୁଲାଇ ଯାଏଁ ଜାରି ରହିବ । ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଆଉ ଆଶାୟୀ ଯୁବକ ମାନେ ନିଜର ତଥ୍ୟ ଦେଇ ପ୍ରଥମେ ରେଜିଷ୍ଟ୍ରେସନ କରିବେ ଓ ପରେ ଅନଲାଇନ ଫର୍ମ ଭରିବେ । ଫର୍ମ ଜମା କରିବା ପାଇଁ ୨୫୦ ଟଙ୍କା ଲେଖାଏଁ ଦେବାକୁ ପଡିବ । ଅଗ୍ନିବୀର ବାୟୁ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ସହ ପାସ୍‌ ହୋଇଥିବା ଆବଶ୍ୟକ କିମ୍ବା ୩ ବର୍ଷୀୟ ଇଞ୍ଜିନିୟରିଂ ଡିପ୍‌ଲୋମା ଧାରକ ଏବଂ ୨ ବର୍ଷୀୟ ଭୋକେସନାଲ ପାଠ୍ୟକ୍ରମରେ ପାସ୍‌ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ । ଆବେଦନ ସମୟରେ ଛାତ୍ରଛାତ୍ରୀଙ୍କ ବୟସ ୧୭.୫ ବର୍ଷରୁ ଅଧିକ ହୋଇଥିବ ଏବଂ ୨୩ ବର୍ଷରୁ କମ ହୋଇଥିବା ଆବଶ୍ୟକ ।

hiranchal ad1
Leave A Reply

Your email address will not be published.

two × three =