ଶ୍ରୀନଗର- ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷଲକ୍ଷ ଟଙ୍କାର ଆସବାବପତ୍ର । ଆଜି ସକାଳେ ଜମ୍ମୁ-କାଶ୍ମୀର ବିଧାନସଭା ଭବନର ଲବିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡ ଲବିର ଅନେକ ଅଂଶକୁ ଗ୍ରାସ କରିଦେଇଥିଲା । ଏଥିରେ ସୋଫା, ଚେୟାର ସମେତ ଆସବାବପତ୍ର ଏବଂ ଲକ୍ଷ ଲକ୍ଷ ଟଙ୍କାର ଭିତ୍ତିଭୂମି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ପୂର୍ବତନ ରାଜ୍ୟପାଳ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଫଟୋ ମଧ୍ୟ ପୋଡ଼ି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ କାରଣ ଜାଣିବା ତଦନ୍ତ ଆରମ୍ଭ ହୋଇଛି।
