ଶ୍ରୀଲଙ୍କାକୁ ସୈନ୍ୟ ପଠାଇବ ନାହିଁ ଭାରତ

0 101

ନୂଆଦିଲ୍ଲୀ: ଭାରତ ଗଣତନ୍ତ୍ରର ପୂଜାରୀ । ଏହା ଗଣତନ୍ତ୍ରର ପବିତ୍ରତା ଓ ସୁରକ୍ଷାକୁ ସମ୍ମାନ କରେ । ତେଣୁ ନୂଆଦିଲ୍ଲୀ କଲୋମ୍ବୋକୁ ସୈନ୍ୟ ପଠାଇବ ବୋଲି ଯାହା ଚର୍ଚ୍ଚା ହେଉଛି,ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଭାରତ କହିଛି । ଭାରତୀୟ ହାଇକମିସନ୍‌ ଆଜି କହିଛନ୍ତି ଯେ, ଭାରତ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ଅବସ୍ଥା ସୁଧାରକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି । ଭାରତ ଶ୍ରୀଲଙ୍କାକୁ ସୈନ୍ୟ ପଠାଉଛି ବୋଲି କେତେକ ବର୍ଗର ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ହାଇକମିସନ୍‌ ସ୍ପଷ୍ଟରୂପେ ଅଗ୍ରାହ୍ୟ କରୁଛି । ଏସବୁ ସମ୍ବାଦ ଏବଂ ଏ ପ୍ରକାର ମତାମତ ଭାରତ ସରକାରଙ୍କ ମତପୋଷଣ କରୁନାହିଁ । ଅନ୍ୟ ଏକ ଟୁଇଟ୍‌ରେ ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ସ୍ପଷ୍ଟଭାବେ କହିଛନ୍ତି, ଭାରତ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ଅବସ୍ଥା ସୁଧାରକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି । ସେହିପରି, ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦ ଛାଡିବାର ଦିନକ ପରେ ଖବର ପ୍ରସାରିତ ହେଲା କି, ୭୬ ବର୍ଷିୟ ରାଜପକ୍ଷେ ଏବଂ ତାଙ୍କ ପରିବାର ଭାରତକୁ ଚାଲି ଆସିଛନ୍ତି । କିନ୍ତୁ, ଗତରାତିରେ ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭାରତୀୟ ହାଇକମିସନ୍‌ କହିଛି, ଜଣେ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ତାଙ୍କ ପରିବାର ଭାରତ ପଳାୟନ କରିଛନ୍ତି ବୋଲି କେତେକ ଶ୍ରେଣୀର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାରଣ ହେଉଥିବା ହାଇକମିସନ୍‌ ଦୃଷ୍ଟିକୁ ଆସିଛି । ସବୁ ଖବର ଅବାସ୍ତବ ଏବଂ ଡାହା ମିଛ । ଏଥିରେ କୌଣସି ସତ୍ୟତା କିଂବା ଭିତ୍ତି ନାହିଁ । ହାଇକମିସନ୍‌ ଦୃଢତାର ସହ ଏ ଖବରକୁ ଅସ୍ୱୀକାର କରୁଛି । ତେଣେ, ମହିନ୍ଦା ରାଜପକ୍ଷେଙ୍କ ଗିରଫଦାରି ଦାବି କରି ଜନସାଧାରଣ ପ୍ରବଳ ପ୍ରତିବାଦ ପ୍ରଦର୍ଶନ କରିବା ସହ ଶାସକ ଦଳର ରାଜନେତାମାଙ୍କ ଘରବାଡିରେ ନିଆଁ ଲଗାଇ ଦେଇଛନ୍ତି । ପ୍ରତିବାଦ ବେଳେ ଘଟିଥିବା ସଂର୍ଘଷରେ ଅନୁୂନ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୫୦ରୁ ଅଧିକ ପ୍ରତିବାଦକାରୀ ଆହତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 14 =