୫ରୁ ୧୨ବର୍ଷ ପିଲାଙ୍କୁ କାର୍ବୋଭାକ୍ସ ଟିକା!

0 94

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । କରୋନା ସଂକ୍ରମଣର ହାର ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ଏହାସହିତ ମୃତୁ୍ୟ ସଂଖ୍ୟାରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହେଉଛି । ତେବେ ଦେଣରେ ଏଯାଏ ୧୭୯କୋଟି ୩୦ଲକ୍ଷ ଟପିଛି । ସେମାନଙ୍କ ମଧ୍ୟରୁ ୯୧କୋଟି ୧୦ଲକ୍ଷରୁ ଅଧିକ ପ୍ରଥମ ଡୋଜ ଥିବାବେଳେ ୭୭କୋଟି ୪୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି ।ଟିକାକରଣ ପର୍ଯ୍ୟାୟକ୍ରମେ କରାଯାଉଛି । ତେବେ ୫ରୁ ୧୨ବର୍ଷ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି କୋଭିଡ ଟିକା । ହାଇଦ୍ରାବାଦ ବାୟୋଲୋଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଛି ପିଲାଙ୍କ ପାଇଁ କୋଭିଡ ଟିକା । ବାୟୋଲୋଜିକାଲ-ଇ କମ୍ପାନୀ ପ୍ରସ୍ତୁତ କାର୍ବୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିସ୍ କରିଥିବା ସୂଚନା ମିଳିଛି । ଜରୁରୀ ବ୍ୟବହାର ପାଇଁ ଏହି ଟିକାକୁ ଡିସିଜିଆଇ ଖୁବ୍ ଶୀଘ୍ର ଅନୁମତି ଦେବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

17 + 12 =