ବଢିବ ଭାରତୀୟ ନୌସେନାର ଶକ୍ତି, ସାମିଲ ହେବ ୧୭ଟି ଯୁଦ୍ଧଜାହାଜ ସହ ୯ଟି ବୁଡାଜାହାଜ  

0 142

ନୂଆଦିଲ୍ଲୀ- ବଢିବ ଭାରତୀୟ ନୌସେନାର ଶକ୍ତି । ସାମିଲ ହେବ ୧୭ଟି ଯୁଦ୍ଧଜାହାଜ ସହ ୯ଟି ବୁଡାଜାହାଜ  । ସୂତ୍ର ଅନୁସାରେ କିଛି ଭିନ୍ନ ଅନୁମୋଦନ ପ୍ରକ୍ରିୟା ମାଧ୍ୟମରେ ସାମିଲ କରାଯିବ । ଭିନ୍ନ ଭିନ୍ନ ପର୍ଯ୍ୟାୟରେ ୬୧ଟି ଯୁଦ୍ଧଜାହାଜ ଓ ବୁଡାଜାହାଜ  ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି । ଦେଶରେ ହିଁ ନୂଆ ଜାହାଜ ନିର୍ମାଣ କରାଯିବ  ।

ପ୍ରାଜେକ୍ଟ ୧୭ ବି ଅଧୀନରେ ୭୦ ହଜାର କୋଟି ଟଙ୍କା ବିନିମୟରେ  ୭ଟି ପରବର୍ତ୍ତୀ ପିଢିର ପୋଜେକ୍ଟ ଓ ବହୁମୁଖୀ ଜାହାଜ ନିର୍ମାଣ ପାଇଁ ପ୍ରସ୍ତାବ ଖୁବଶିଘ୍ର ଆସିବ । ସେହିପରି ପ୍ରୋଜେକ୍ଟ ୭୫ ଇଣ୍ଡିଆ ଆଇ ଅଧୀନରେ ୭୦ ଜହାର କୋଟି ଟଙ୍କା ବିନିମୟରେ  ୬ଟି ଅତ୍ୟାଧୁନିକ ବୁଡାଜାହାଜ ଓ ପ୍ରୋଜେକ୍ଟ ୭୫ ଏନ୍ ଆଇ ଅଧୀନରେ ପ୍ରାୟ ୩୬ ହଜାର କୋଟି ଟଙ୍କା ମୂଲ୍ୟରେ ୩ଟି ସ୍କୋରପିନ୍ ଶ୍ରେଣୀର ବୁଡ଼ାଜାହାଜ ମଧ୍ୟ ନିର୍ମାଣ କରାଯିବ।

hiring

ଏହା ବ୍ୟତୀତ, ୮ଟି ପରବର୍ତ୍ତୀ ପିଡିର କର୍ଭେଟ୍ ନିର୍ମାଣ କରିବାର ଯୋଜନା ମଧ୍ୟ ଅଛି । ଯେଉଁଥିପାଇଁ ୩୬ କୋଟି ଟଙ୍କା ଖର୍ଚ୍ଚ ହେବ  । ସମସ୍ତ ପ୍ରକଳ୍ପର ମୂଲ୍ୟ ୨.୪୦ କୋଟଇ ଟଙ୍କାରୁ ଅଧିକ ହେବ  । ନୂଆ ଯୁଦ୍ଧଜହାଜ ଓ ବୁଡାଜାହାଜ ପୁରୁଣା ପ୍ଲର୍ଟଫର୍ମର ସ୍ଥାନ ନେବ। ଏଗୁଡିକର ଶକ୍ତି ବୃଦ୍ଧି କରିବ  ।

hiranchal ad1
Leave A Reply

Your email address will not be published.

eighteen − 13 =