ପାଟନା : ବିହାରର ଛପରାରେ ନକଲି ମଦ ପିଇ ୩୯ ଲୋକଙ୍କ ଜୀବନ ଯାଇଛି । ଆଉ କେତେକ ଲୋକଙ୍କ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଯଦି ଯିଏ ମଦ ପିଇବ, ସେ ନିଶ୍ଚୟ ମରିବ । ଆମ ରାଜ୍ୟରେ ମଦ ବନ୍ଦ କରିଛୁ । କିନ୍ତୁ ବହୁ ଲୋକ ନିୟମକୁ ନମାନି ମଦ ପିଉଛନ୍ତି । ମଦ ପିଇବା ଏକ ଖରାପ ଅଭ୍ୟାସ । ଯିଏ ମଦ ପିଇବ ସେ ମରିବ ହି ମରିବ, ଏହାର ଉଦାହରଣ ଆପଣମାନଙ୍କ ସାମ୍ନାରେ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେଉଁମାନେ ଏହି ନକିଲ ବନ୍ଦ ତିଆରି କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ ଯେ, ଛପରାରେ ନକଲି ମଦ ପିଇ ଗତ ଦୁଇ ଦିନ ମଧ୍ୟରେ ୩୯ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ୬ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି ।