ନିରବ ମୋଦୀଙ୍କ ୨୫୩ କୋଟିର ସମ୍ପତ୍ତି ଜବତ କଲା ଇଡି

0 71

ନୂଆଦିଲ୍ଲୀ : ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ୨୫୩.୬୨ କୋଟି ଟଙ୍କାର ସଂପତ୍ତିକୁ ଜବତ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ଏସବୁ ସମ୍ପତ୍ତି ମଧ୍ୟରେ ରହିଛି ଭୂସମ୍ପତ୍ତି, ଜୁଏଲାରୀ ଓ ବ୍ୟାଙ୍କ ଜମା । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି । ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ମହାଦୁର୍ନୀତିର ମୁଖ୍ୟ ନାୟକ ନିରବ ମୋଦୀ ଗତ ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲେ । ପରେ ଲଣ୍ଡନରେ ଗିରଫ ହୋଇ ସେ ଏକ ଜେଲରେ ରହୁଛନ୍ତି । ଲଣ୍ଡନର ହାଇକୋର୍ଟ ମଧ୍ୟ ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ବିରୋଧରେ ଆପାତତଃ ପ୍ରମାଣ ରହିଥିବା କୋର୍ଟ କହିଥିଲେ । ପୁଣି ଭାରତକୁ ପ୍ରତ୍ୟାର୍ପିତ ହେଲେ ନିରବ ମୋଦିଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳିବାର କୌଣସି ପ୍ରମାଣ ନାହିଁ ବୋଲି କୋର୍ଟଙ୍କ ହୃଦବୋଧ ହୋଇଥିଲା । ନିରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ଏହି ଠକେଇ କରିଥିଲେ । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାରେ ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

3 × 5 =