ସଂସ୍କୃତକୁ ଜାତୀୟ ଭାଷା ଘୋଷଣା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

0 60

ନୂଆଦିଲ୍ଲୀ: ସଂସ୍କୃତକୁ ଭାରତର ଜାତୀୟ ଭାଷା ରୂପେ ଘୋଷଣା କରିବା ପାଇଁ ଆବେଦନ କରି ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆବେଦନରେ ଉଠାଯାଇଥିବା ପ୍ରସଙ୍ଗକୁ ବିଚାର କରିବା ପାଇଁ ସଠିକ୍‌ ଫୋରମ୍‌ ହେଉଛି ସଂସଦ, ଅଦାଲତ ନୁହେଁ । ସଂସ୍କୃତକୁ ଭାରତର ଜାତୀୟ ଭାଷା ରୂପେ ଘୋଷଣା କରିବା ବିତର୍କର ଆବଶ୍ୟକତା ରଖେ । ଏହା ଉପରେ ବିତର୍କ କରିବାର ସଠିକ୍‌ ଫୋରମ୍‌ ହେଉଛି ସଂସଦ । କାରଣ, ଏହା ସମ୍ବିଧାନରେ ସଂଶୋଧନ ଆବଶ୍ୟକ କରେ । ଏହା ଏକ ନୀତିଗତ ବିଷୟ ଯାହାକୁ ଆମେ ପରିବର୍ତ୍ତନ କରିପାରିବୁ ନାହିଁ ବୋଲି ଅଦାଲତ କହିବା ସହ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଆବେଦନକାରୀ ଯଦି ଚାହାନ୍ତି ତେବେ ଏଥିପାଇଁ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିପାରିବେ । ଉଲ୍ଲେଖଯୋଗ୍ୟ, ଗୁଜୁରାଟ ସରକାରଙ୍କ ପୂର୍ବତନ ଅତିରିକ୍ତ ସଚିବ କେଜି ଭାଞ୍ଜାରା ଏହି ପିଆଇଏଲ ଆଗତ କରିଥିଲେ । ହିନ୍ଦିକୁ ସରକାରୀ ଭାଷା ଭାବରେ ଜାରି ରଖିବା ବେଳେ ସଂସ୍କୃତକୁ ଜାତୀୟ ଭାଷା ଭାବରେ ସୂଚିତ କରିବା ପାଇଁ ସେ ଅଦାଲତରେ ଆବେଦନ କରି ଏହି ପିଆଏଲ ଆଗତ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven + 13 =