ଷଷ୍ଠ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କଲେ ମୋଦୀ

0 77

ନାଗପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍‌ ୧’ ଉଦ୍‌ଘାଟନ କରିବା ସହିତ ମେଟ୍ରୋରେ ବସି ଫ୍ରିଡମ୍‌ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ ଖରିଦ କରିଥିଲେ । ଫ୍ରିଡମ୍‌ ପାର୍କରୁ ଖପ୍ରି ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏହାଛଡା, ୬୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରାଯିବାକୁ ଥିବା ଉକ୍ତ ରେଳ ପ୍ରକଳ୍ପର ‘ଫେଜ୍‌ ୨’ ପାଇଁ ମଧ୍ୟ ପ୍ରଧାନମନ୍‌ତ୍ରୀ ଶିଳାନ୍ୟାସ କରିଛନ୍ତି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ନାଗପୁର ଓ ଛତିଶଗଡର ବିଳାସପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ୬ଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଥିଲେ । ପତାକା ହଲାଇ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ରେଳରେ ଯାଉଥିବା ଯାତ୍ରୀମାନଙ୍କ ଆଡକୁ ହାତ ହଲାଇଥିଲେ । ସେହିପରି,ପ୍ରଧାନମନ୍ତ୍ରୀ ଆଜି ନାଗପୁର-ମୁମ୍ବାଇ ‘ସମୃଦ୍ଧି ଏକ୍ସପ୍ରେସ୍‌ୱେ’ର ପ୍ରଥମ ଫେଜ୍‌ ଓ ‘ହିନ୍ଦୁ ହୃଦୟସମ୍ରାଟ ବାଲାସାହେବ ଠାକ୍‌ରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ୫୨୦ କିଲୋମିଟର ଦୀର୍ଘ ଏହି ମହାମାର୍ଗ ନାଗପୁର ଓ ଶିରିଡିକୁ ସଂଯୋଗ କରୁଛି । ଏହା ବ୍ୟତିରେକେ,ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୋଆର ମୋପାରେ ଦ୍ୱିତୀୟ ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କରିବେ । ଗୋଆର ପ୍ରଥମ ଆନ୍ତର୍ଜାତିକ ବିମାନ ବନ୍ଦରଟି ଡାବୋଲିମ୍‌ରେ ଅବସ୍ଥିତ । ଏ ସଂକ୍ରାନ୍ତରେ ଗତ ସନ୍ଧ୍ୟାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ: ଗୋଆରେ ମୁଁ ୯ମ ବିଶ୍ୱ ଆୟୁର୍ବେଦ ମହାସଭାରେ ଉଦ୍‌ବୋଧନ ଦେବି । ଗୋଆରେ ମୋପା ଆନ୍ତର୍ଜାତିକ ବିମାନ ବନ୍ଦର ମଧ୍ୟ ଉଦ୍‌ଘାଟନ କରିବି । ଏହି ବିମାନ ବନ୍ଦର ଆଞ୍ଚଳିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ପର୍ଯ୍ୟଟନ ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

hiranchal ad1
Leave A Reply

Your email address will not be published.

five − 4 =