ଦକ୍ଷିଣ ଭାରତରେ ‘ମାଣ୍ଡୋସ୍‌’ ତାଣ୍ଡବ:
ବିଭିନ୍ନ ସ୍ଥାନରେ ୬ରୁ ଅଧିକ ମୃତ

0 78

ଚେନ୍ନାଇ/ ହାଇଦ୍ରାବାଦ,୧୧/୧୨ : ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ୍‌’ ତାମିଲନାଡୁ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିବା ପରେ ତାଣ୍ଡବ ରଚିଥିଲା । ମାଣ୍ଡୋସ ପ୍ରଭାବରେ ଉଭୟ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ସାଙ୍ଗକୁ ତୋଫାନ ବହିଥିଲା । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ତୋଫାନ ଯୋଗୁ ଅନୁନ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । କ୍ରମଶଃ ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍‌ ଦୁର୍ବଳ ହେବା ସହ ଲଗୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଇଏମଡିଙ୍କ ଅନୁସାରେ, ଗତ ୬ ଘଣ୍ଟାରେ ମାଣ୍ଡୋସ୍‌ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ଦୁର୍ବଳହେବାରେ ଲାଗିଛି । ଘୂର୍ଣ୍ଣିବାତ୍ୟା ପ୍ରଭାବରେ ଶନିବାର ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲାରେ ସ୍ରାବଧିକ ୨୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଇଏମଡିଙ୍କ ଅନୁସାରେ ମାଣ୍ଡୋସ୍‌ ପ୍ରଭାବରେ ଆନ୍ଧ୍ରପ୍ରଦେଶ ସହିତ ତାମିଲନାଡୁର ଅନେକ ଅଞ୍ଚଳରେ ଭୀଷଣ ବର୍ଷା ସାଙ୍ଗକୁ ତୋଫାନ ବହିଥିଲା । ପାଗ ଖରାପ ଯୋଗୁ ଚେନ୍ନାଇ ବିମାନ ବନ୍ଦରରେ ୧୦ରୁ ଅଧିକ ଉଡାଣ ବାତିଲ କରାଯାଇଥିଲା । ଘୂର୍ଣ୍ଣିବାତ୍ୟା ମାଣ୍ଡୋସ ଆନ୍ଧ୍ରପ୍ରଦେଶରେ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪,୬୪୭.୪ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ୫୩୨.୬୮ ହେକ୍ଟର ଜମିରେ ପନିପରିବା ଚାଷ ଉଜୁଡି ଯାଇଛି । ଏହା ଛଡା ୧୭୦ ଘର କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ କୌଣସି ପ୍ରକାର ଅପ୍ରିୟ ଘଟଣାର ମୁକାବିଲା ଲାଗି ଏସଡିଆରଏଫର ୧୪୦ ଓ ଏନଡିଆରଏଫଙ୍କ ୯୫ ଜବାନଙ୍କୁ ମୁତୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

fifteen − seven =