ନୂଆ ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ମାନ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

0 89

ଚଣ୍ଡିଗଡ଼: ପଞ୍ଜାବ କ୍ୟାବିନେଟରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଆଜି ସେମାନଙ୍କ ମନ୍ତ୍ରୀ ପଦ ମିଳିଛି। ଦୁଇ ଦିନ ତଳେ ୧୦ ଜଣ ଆପ୍ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ କାହାକୁ କେଉଁ ବିଭାଗ ମିଳିବ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ କ୍ୟାବିନେଟ ସଦସ୍ୟଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରି ସବୁ ସସପେନ୍ସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମାନ୍‌ ନିଜ ପାଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରଖିଛନ୍ତି। ବରିଷ୍ଠ ଆଇନଜୀବୀ ତଥା ପଞ୍ଜାବ ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ହରପାଲ ଚୀମାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ମିଳିଛି। ଗୁରମିତ ସିଂହ ମୀଟ ହାୟେରଙ୍କୁ ପଞ୍ଜାବର ଶିକ୍ଷା ମନ୍ତ୍ରୀ କରାଯାଇଛି। ଆପ୍‌ ନିର୍ବାଚନ ପୂର୍ବରୁ ପଞ୍ଜାବର ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ି ବୋଲି ପ୍ରତିଶ୍ରୁତି ଦେଇଥିଲା। ତେଣୁ ଗୁରୁମିତଙ୍କ କାନ୍ଧରେ ଏବେ ବଡ଼ ଦାୟିତ୍ୱ ରହିଛି।

hiring

କଂଗ୍ରେସ ପ୍ରାର୍ଥୀ ତଥା କଣ୍ଠଶିଳ୍ପୀ ସିଦ୍ଧୁ ମୋସେୱାଲାଙ୍କୁ ୬୩ ହଜାର ଭୋଟ ବ୍ୟବଧାନରେ ହରାଇଥିବା ଡା ବିଜୟ ସିଙ୍ଘଲ ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଛନ୍ତି। ସିଙ୍ଘଲ ମଧ୍ୟ ଜଣେ ଡେଣ୍ଟାଲ ସର୍ଜନ। ଶ୍ରୀ ଆନନ୍ଦପୁର ସାହିବରୁ ଜିତିଥିବା ଆପ୍‌ ମୁଖପାତ୍ର ହରଜୋତ ବୈନ୍ସଙ୍କ ଆଇନ ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ କରାଯାଇଛି।

ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଡା ବଲଜିତ କୌରଙ୍କୁ ଚୟନ କରାଯାଇଛି। ସେ ଜଣେ ଆଖି ଡାକ୍ତର। ସେହିପରି ଶକ୍ତି ବଭାର ଦାୟିତ୍ୱ ହରଭଜନ ସିଂହ ଇଟିଓଙ୍କୁ ମିଳିଛି। ଲାଲ ଚାନ୍ଦ ଖାଦ୍ୟ ଓ ଯୋଗାଣ ବିଭାଗ, କୁଲଦୀପ ସିଂହ ଧଲିୱାଲଙ୍କୁ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ, ଲଲଜିତ ସିଂହଙ୍କୁ ପରିବହନ ଏବଂ ବରମ ଶଙ୍କରଙ୍କୁ ଜଳ ଯୋଗାଣ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ମାନ ଦାୟିତ୍ୱ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

5 × three =