ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ଉତ୍ସବରେ ଯୋଗଦାନ ଅବସରରେ ନବୀନ କହିଥିଲେ ଯେ ଏହା ଖୁବ ଗର୍ବ ଓ ଗୌରବର କଥା ଯେ ଜଣେ ଓଡ଼ିଆ ଝିଅ ଦେଶର ପ୍ରଥମ ନାଗରିକ ହୋଇଛନ୍ତି । ଏହା ପ୍ରତ୍ୟେକଟି ଓଡ଼ିଆ ପାଇଁ ଖୁବ ଗର୍ବ ଓ ଗୌରବର ଦିନ । ଦ୍ରୌପଦୀ ମୋ ହାତରେ ରାକ୍ଷୀ ବାନ୍ଧିଥିଲେ । ଯେଉଁ ଭଉଣୀ ଭାଇ ହାତରେ ରାକ୍ଷା ବାନ୍ଧିଥିଲା,ସେହି ଭଉଣୀ ଆଜି ଦେଶର ସର୍ବୋଚ ସାମ୍ବିଧାନିକ ପଦରେ ଅଭିସିକ୍ତ । ଯାହା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ ବୋଲି ସେ କହିଥିଲେ । ସଭାରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନମସ୍କାର କରିବା ସହ କିଛି ମୂହୂର୍ତ୍ତ ପାଇଁ ଅଟକି ଯାଇଥିଲେ । କିଛି ବାର୍ତ୍ତାଳାପ ହୋଇଥିଲା । ସଂସଦ ଭବନର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।