ନୂଆଦିଲ୍ଲୀ- ଉତ୍ତରାଖଣ୍ଡ ରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ ଉତ୍ତରଖଣ୍ଡର ଆଲମୋରା ଜିଲ୍ଲାର ଭିକିଆସେନ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଭୀର ଘାଟିରେ ଖସିପଡ଼ିଛି । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାରେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଭିକିଆସେନର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ଉଦ୍ଧାର କାର୍ଯ୍ୟ ତ୍ୱରାନିତ ପାଇଁ ଦୁର୍ଘଟଣାସ୍ଥଳକୁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ମୃତୟନ କରାଯାଇଛି ।
ଘଟଣାରେ ପ୍ରତିକ୍ରିୟା ଦେଇ ଆଲମୋରା ବରିଷ୍ଠ ପୋଲିସ ଅଧିକ୍ଷକ ଦେବେନ୍ଦ୍ର ପିଞ୍ଚା କହିଛନ୍ତି, ଉଦ୍ଧାର ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। କିଛିଜଣ ମୃତାହତ ହୋଇଥିବା ମଧ୍ୟ ତଥ୍ୟ ରହିଛି ।
