ପୁଟିନଙ୍କ ସହ କଥା ହେଲେ ମୋଦି

0 88

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଭିତରେ ଅନେକ ଭାରତୀୟ ଫସି ରହିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରୁଛନ୍ତ। ଏ ସବୁ ଭିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଓ ରୁଷ ରାଷ୍ଟ୍ରପତିଙ୍କ ସହ ପର୍ଯ୍ୟାୟକ୍ରମେ କଥା ହୋଇଛନ୍ତି। ମୋଦି ଫୋନ ଯୋଗେ ପୁଟିନଙ୍କ ସହ କଥା ହୋଇଛନ୍ତି। ସୁମୀରେ ଫସିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଉଦ୍ଧାର ହୋଇପାରିବେ ସେ ବାବଦରେ ଉଭୟ ନେତା ଆଲୋଚନା କରିଛନ୍ତି। ଏହାବାଦ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବିବାଦର କୂଟନୀତିକ ସମାଧାନ ତୁରନ୍ତ ଆରମ୍ଭ କରିବାକୁ ମଧ୍ୟ ସେ ପୁଟିନଙ୍କୁ କହିଛନ୍ତି। ପୁଟିନ ତାଙ୍କୁ ବିବାଦର ସମାଧାନ ପାଇଁ ଚାଲିଥିବା ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଜଣାଇଥିଲେ। ଏହାପରେ ମୋଦି ତାଙ୍କୁ ସିଧାସଳଖ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବାକୁ ପ୍ରସ୍ତାବ ଦେଇଛନ୍ତି। ଦୁଇ ନେତା ଏକାଠି କଥା ହେଲେ ସାମାଧାନର ବାଟ ନିଶ୍ଚିତ ଫିଟିବ ବୋଲି ମୋଦି ଫୋନ ଯୋଗେ ପୁଟିନଙ୍କୁ କହିଛନ୍ତି। ଏଥିସହ ୟୁକ୍ରେନରେ ଚାଲିଥିବା ଆକ୍ରମଣାତ୍ମକ ପରିସ୍ଥିତିକୁ ନେଇ ମୋଦି ଚିନ୍ତା ପ୍ରକଟ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

hiranchal ad1
Leave A Reply

Your email address will not be published.

eleven + three =