ଅମୃତସର ଇଷ୍ଟ ଆସନ: ସିଦ୍ଧୁ ପଛରେ, ଜୀବନ ଜୋତ କୌର ଆଗରେ

0 110

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତିକୁ ଅସ୍ଥିର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନବଜୋତ ସିଂ ସିଦ୍ଧୁ  । ତାଙ୍କ ବିଦ୍ରୋହ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମିରନ୍ଦର ସିଂ ହଟିଥିଲେ  । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ମଧ୍ୟ ବିରୋଧ କରିବାକୁ ପଛାଇନଥିଲେ ସିଦ୍ଧୁ  । ଏବେ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି  ।ଗତ ନିର୍ବାଚନରେ ଅମୃତସର ଇଷ୍ଟ ଆସନରୁ ୪୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ ଜିତିଥିଲେ ସିଦ୍ଧୁ  । କିନ୍ତୁ ଏବେ ହଜାରରୁ ଉଦ୍ଧ୍ୱର୍ ଭୋଟ ପଛରେ ରହିଛନ୍ତି  । ଆମ ଆଦମୀ ପାର୍ଟିର  ଜୀବନ ଜୋତ କୌର ୬ ହଜାର ଭୋଟ ପାଇଥିବାବେଳେ ସିଦ୍ଧୁଙ୍କୁ ୪୮ ଶହ ଭୋଟ ମିଳିଛି  । ଯେତେବେଳେକି ଶିରୋମଣୀ ଅକାଳୀ ଦଳର ବିକ୍ରମସିଂ ମାଜିଥିଆ ୪୭୯୬ ଖଣ୍ଡ ଭୋଟ ପାଇଛନ୍ତି  । ମୋଟାମୋଟି ଭାବେ ଏବେ ସେ ତୃତୀୟ ସ୍ଥାନରେ ରହିଛନ୍ତି  । ଯାହାକି ସିଦ୍ଧୁଙ୍କ ପାଇଁ ଜୋରଦାର ଝଟକା କହିଲେ ଭୁଲହେବ ନାହିଁ  ।ତେବେ ଏଯାବତ ମାତ୍ର ତିନି ରାଉଣ୍ଡ ଭୋଟ ଗଣତି ହୋଇଛି  । ପରେ ହୁଏତ ସ୍ଥିତିରେ ସୁଧାର ଆସିବା ସହ ସିଦ୍ଧୁ ବାଜିମାତ କରିପାରନ୍ତି ବୋଲି ତାଙ୍କର ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି  ।

hiranchal ad1
Leave A Reply

Your email address will not be published.

one + fourteen =