ବିଦେଶ ଗସ୍ତରୁ ଫେରିଲେ ମୋଦି

0 60

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ୟୁରୋପ ଗସ୍ତ ଶେଷକରି ଭାରତ ଫେରିଆସିଛନ୍ତି । ପ୍ରଥମ ଚରଣରେ ସେ ଜର୍ମାନୀ ଯାଇଥିଲେ । ଏହାପରେ ଡେନମାର୍କ ଓ ସବା ଶେଷରେ ଫ୍ରାନ୍ସ ଗସ୍ତ କରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଉଷଲ୍ଲଖନୀୟ କଥା ହେଉଛି ଯେ ତିନି ଦେଶର ଶାସନ ମୁଖ୍ୟଙ୍କ ଆଲୋଚନା ବେଳେ ସେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ ଏବଂ ଆଲୋଚନା ଜରିଆରେ ଯୁଦ୍ଧର ପରିସମାପ୍ତି ଘଟାଇବା ପାଇଁ ଆହ୍ୱାନ ଦେଇଥିଲେ । କିନ୍ତୁ କୌଣସିଠାରେ ସେ ତାଙ୍କ ବୟାନରେ ଋଷକୁ ନିନ୍ଦା କରିନଥିଲେ । ତାହା କୂଟନୀତିଜ୍ଞମାନଙ୍କୁ ଚକିତ କରିଛି । ଏହି ଗସ୍ତ ଦ୍ୱାରା ଭାରତ ଏହି ଏହି ତିନି ଦେଶ ମଧ୍ୟରେ ଆଗକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ବାଣିଜ୍ୟ କାରବାର ଆହୁରି ବ୍ୟାପକ ଓ ମଜଭୁତ ହେବ ବୋଲି ଭାରତ କହିଛି । ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରତିରକ୍ଷା, ମହାକାଶ, ପରମାଣୁ ସହଯୋଗ, ଆଞ୍ଚଳିକ ଏବଂ ଗ୍ଲୋବାଲ୍‌ ସମସ୍ୟା ଉପରେ ଆଲୋଚନା କରିଥିଲେ । ୟୁକ୍ରେନ୍‌-ରୁଷ ଯୁଦ୍ଧକୁ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ସମାନ ବୁଝାବଣା ରହିଛି । ଏ ସ୍ଥିତି ନେଇ ଉଭୟ ଦେଶ ଗଠନମୂଳକ ଭୂମିକା ନିର୍ବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତ ଓ ଫ୍ରାନ୍ସ ମଧ୍ୟରେ ସହଭାଗିତା ଆହୁରି ମଜଭୁତ କରିବା ଦିଗରେ ଉଭୟ ନେତା ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ସୁବିଧା ସୁଯୋଗ ଦେଖି ଭାରତ ଆସିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏୟାରପୋର୍ଟରୁ ସିଧା ପ୍ରଧାନମନ୍ତ୍ରୀ ହୋଟେଲ ପ୍ଲାଜା ଏଥେନୀକୁ ଯାଇଥିଲା । ହୋଟେଲ ବାହାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ପ୍ରବାସୀ ଭାରତୀୟ । ହାତରେ ତ୍ରିରଙ୍ଗା ଧରି, ବାଜା ବଜାଇ ଭାରତ ମାତା କି ଜୟ, ବନ୍ଦେ ମାତାରମ ନାରା ଦେଇ ମୋଦିଙ୍କୁ ସ୍ୱାଗତ କରିଥିଲେ । ୩ ଦିନିଆ ୟୁରୋପ ଗସ୍ତର ଶେଷ ପର୍ଯ୍ୟାୟରେ ମୋଦି ଡେନ୍‌ମାର୍କରୁ ପ୍ୟାରିସ୍‌ରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଧି ମୁତାବକ ସ୍ୱାଗତ କରାଯାଇଥିଲା । ଏହା ମୋଦିଙ୍କ ପଞ୍ଚମ ଫ୍ରାନ୍ସ ଗସ୍ତ । ପୂର୍ବରୁ ସେ ୨୦୧୫ରେ ୨ ଥର ଏବଂ ୨୦୧୭ ଓ ୨୦୧୯ରେ ଥରେ ଲେଖାଏଁ ଫ୍ରାନ୍ସ ଯାଇଥିଲେ । ଦୁଇ ରାଷ୍ଟ୍ରମୁଖ୍ୟ ଭେଟିବା ସମୟର ଚିତ୍ର ସାମ୍ନାକୁ ଆସିଛି । ପରସ୍ପରକୁ ଆଲିଙ୍ଗନ କରିଛନ୍ତି । ଏହି ଫଟୋକୁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟରରେ ପୋଷ୍ଟ କରାଯାଇଛି ।

hiranchal ad1
Leave A Reply

Your email address will not be published.

3 + 1 =