ପ୍ରଥମ ଓଡ଼ିଆ ଭାବେ ରାଫେଲ ଉଡ଼ାଇଲେ ଡିକେ ପଟ୍ଟନାୟକ

0 80

ଭୁବନେଶ୍ୱର : ଜଣେ ପ୍ରଥମ ଓଡ଼ିଆ ଭାବେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇବାର ଗୌରବ ଅର୍ଜନ କରିଛନ୍ତି ଓଡ଼ିଶାର ଦିଲ୍ଲୀପ ପଟ୍ଟନାୟକ । ସୋମବାର ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ସାଲ ଦିଲ୍ଲୀପ ପଶ୍ଚିମବଙ୍ଗର ହାସିମରା ଏୟାରବେସରେ ମୁତୟନ ହୋଇଥିବା ରାଫେଲ୍‌ ବିମାନ ଉଡାଇଛନ୍ତି । ଏୟାର ମାର୍ସାଲ୍‌ ଦିଲୀପ କୁମାର ପଟ୍ଟନାୟକ ସଂପ୍ରତି ଶିଲଂସ୍ଥିତ ‘ଇଷ୍ଟର୍ଣ୍ଣ ଏୟାର୍‌ କମାଣ୍ଡ୍‌’ର ଏୟାର୍‌ ଅଫିସର୍‌ କମାଣ୍ଡିଂ ଇନ୍‌ ଚିଫ୍‌ (ଏଓସି-ଇନ୍‌-ସି) ଭାବେ କାର୍ଯ୍ୟ କରୁଛନ୍ତି । ପ୍ରଥମ ଓଡିଆ ଭାବେ ଦିଲୀପଙ୍କୁ ଏହି ପଦବି ମିଳିଛି ଓ ଜଣେ ସଫଳ ପାଇଲଟ ଓ କାରଗିଲ୍‌ ହିରୋ ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି । କାରଗିଲ୍‌ ଯୁଦ୍ଧ ସମୟରେ ସ୍କ୍ୱାଡ୍ରନ୍‌ ଲିଡର୍‌ ଥିବା ଦିଲୀପ ଜୁନ ୧୬, ୧୯୯୯ରେ ବାଟାଲିକ୍‌ ସେକ୍ଟରର ସବୁଠାରୁ ବଡ ଶତ୍ରୁ ଶିବିରରେ ଲାଇଭ୍‌ ଷ୍ଟ୍ରାଇକ୍‌ ମିସନ୍‌ କରିଥିଲେ । ଏହା ପରେ ଜୁନ ୨୭-୨୮, ୧୯୯୯ ରାତି ୨.୩୦ରେ ଟାଇଗର୍‌ ହିଲ୍‌ ଉପରେ ଅନ୍ଧାରରେ ‘ଲେଜର୍‌ ଗାଇଡେଡ୍‌ ବମ୍‌’ ଷ୍ଟ୍ରାଇକ୍‌ କରିଥିଲେ ।

hiranchal ad1
Leave A Reply

Your email address will not be published.

20 − 9 =