ପଞ୍ଜାବରେ କିଏ ଗଢିବ ସରକାର,ଆସିଲା ଏକଜିଟ ପୋଲ ରିପୋର୍ଟ

0 153

ଚଣ୍ଡିଗଡ ୦୭।୦୩: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶେଷ ବା ସପ୍ତମ ପର୍ଯ୍ୟାୟ ମତଦାନ ସରିବା ପରେ ଅନେକ ଜାତୀୟ ଗଣମାଧ୍ୟମ ଦ୍ଵାରା ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍। ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା ପଞ୍ଜାବରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। ଦିଲ୍ଲୀ ପରେ ପଞ୍ଜାବରେ ପ୍ରଥମ ଥର ଆମ୍ ଆଦମୀ ପାର୍ଟି ସରକାର ଗଠନ କରୁଥିବା ଆଜତକ ଏକ୍ସିସ ଏକଜିଟ୍ ପୋଲର ଅନୁମାନରୁ ଜଣା ପଡିଛି।

ଆଜତକ ଏକ୍ସିସ ଏକଜିଟ୍ ପୋଲ୍‌ର ସର୍ଭେ ଅନୁଯାୟୀ କଂଗ୍ରେସକୁ ୨୮ ପ୍ରତିଶତ ଭୋଟ୍ ମିଳିବ ବୋଲି ଅନୁମାନ କରାଯାଇଛି। ସେହି ପରି ବିଜେପି ୭ ପ୍ରତିଶତ, ଶିରୋମଣି ଅକାଳି ଦଳକୁ ୧୯ ପ୍ରତିଶତ ଏବଂ ଆପକୁ ୪୧ ପ୍ରତିଶତ ଭୋଟ୍ ମିଳିବ ବୋଲି ଅନୁମାନ କରାଯାଇଛି। ଆପ୍ ୭୬ ରୁ ୯୦ ସିଟ୍ ସହ ପ୍ରଥମ ଥର ପଞ୍ଜାବରେ ସରକାର ଗଠନ କରୁଥିବା ଆଜତକ୍ ଏକଜିଟ୍ ପୋଲର  ପୁର୍ବାନୁମାନରୁ ଜଣା ପଡିଛି। କଂଗ୍ରେସ ୧୯ ରୁ ୩୧ ସିଟ୍‌, ବିଜେପି ପ୍ଲସ୍ ୧ ରୁ ୪, ଅକାଳି ଦଳକୁ ୭ ରୁ ୧୧ ସିଟ୍ ମିଳୁଥିବା ପୂର୍ବାନୁମାନରୁ ଜଣା ପଡିଛି।

ଆଜତକ ଏକ୍ସିସ ଏକଜିଟ୍ ପୋଲ୍

hiring

କଂଗ୍ରେସ- ୧୯ ରୁ ୩୧

ବିଜେପି ପ୍ଲସ୍- ୧ ରୁ ୪

ଶିରୋମଣି ଅକାଳି ଦଳ- ୭ ରୁ ୧୧

ଆପ୍ – ୭୬ ରୁ ୯୦ ସିଟ୍

hiranchal ad1
Leave A Reply

Your email address will not be published.

2 × 2 =