ଦ୍ୱିତୀୟ ପର୍ଯ୍ୟାୟରେ ସୋନିଆଙ୍କୁ ଇଡିର ୬ ଘଣ୍ଟା ଜେରା

0 57

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୁନର୍ବାର ଜେରା କରିଛି । ତାଙ୍କୁ ଦୀର୍ଘ ୬ ଘଣ୍ଟା ଧରି ବିଭିନ୍ନ ଦିଗ ଉପରେ ଜେରା କରାଯାଇଥିଲା । ଆସନ୍ତାକାଲି ମଧ୍ୟ ତାଙ୍କୁ ପୁଣି ଜେରାଯିବ ବୋଲି ଜଣାପଡ଼ିଛି । ଇଡି ନିର୍ଦ୍ଦେଶ ଅନୁସାରେ, ସୋନିଆ ଆଜି ଇଡିରେ ହାଜର ହୋଇଥିଲେ । ପୁଅ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ଦିନ ପ୍ରାୟ ୧୧ଟା ବେଳେ ସୋନିଆ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଇଡି ପକ୍ଷରୁ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଆଜି ସୋନିଆଙ୍କ ବୟାନ ରେକର୍ଡ କରାଯାଇଛି । ଏହାପୂର୍ବରୁ ଜୁଲାଇ ୨୧ରେ ସୋନିଆଙ୍କୁ ପ୍ରାୟ ୩ ଘଣ୍ଟା ଧରି ଇଡି ପକ୍ଷରୁ ଜେରା କରାଯାଇଥିଲା । ସୋନିଆ ଜେରାର ସମ୍ମୁଖୀନ ହେବା ପାଇଁ ଇଡିରେ ହାଜର ହୋଇଥିବା ବେଳେ ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀ ଠାରୁ ଆରମ୍ଭ କରି ଦେଶର ପ୍ରାୟ ସବୁ ରାଜ୍ୟରେ କଂଗ୍ରେସ କର୍ମୀମାନେ ସତ୍ୟାଗ୍ରହ କରିଛନ୍ତି । ସେହିପରି ଲୋକସଭା ଓ ରାଜ୍ୟସଭାରେ ଥିବା ଦଳର ସାଂସଦମାନେ ଗାନ୍ଧି ମୂର୍ତ୍ତି ନିକଟରେ ନାରାବାଜି କରିଛନ୍ତି । ରାଜନୀତିକ ଆକ୍ରୋଶରୁ ସୋନିଆଙ୍କୁ ବାରମ୍ବାର ଇଡି ଜେରା କରୁଥିବା ସେମାନେ କହିଛନ୍ତି । କଂଗ୍ରେସ କର୍ମୀଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଇଡି ଅଫିସ ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବରୁ ସୋନିଆଙ୍କୁ ଜେରା କରାଯିବା ବେଳେ କଂଗ୍ରେସ କର୍ମୀମାନେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିଲେ । କିଛି ସ୍ଥାନରେ କଂଗ୍ରେସ କର୍ମୀମାନେ ଟ୍ରେନ ଅଟକାଇବା ସହ ରାସ୍ତାରୋକ କରି କାର ଜାଳି ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜି ପୁଲିସ୍‌ ଆହୁରି ଅଧିକ ସତର୍କତା ଅବଲମ୍ବନ କରିଥିଲା । ଜୁଲାଇ ୨୧ରେ ସୋନିଆଙ୍କୁ ପ୍ରଥମଥର ପାଇଁ ଇଡି ନ୍ୟାଶନାଲ ହେରାଲ୍ଡ ମାମଲାରେ ଜେରା କରିଥିଲା । ପ୍ରାୟ ୩ ଘଣ୍ଟାର ଜେରା ବେଳେ ତାଙ୍କୁ ୨୮ଟି ପ୍ରଶ୍ନ ପଚରା ଯାଇଥିଲା ।

hiranchal ad1
Leave A Reply

Your email address will not be published.

four + 1 =