ପରଲୋକରେ ପୋପ୍ ଫ୍ରାନ୍‌ସିସ୍‌

0 65

ନୂଆଦିଲ୍ଲୀ : ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍‌ସିସ୍‌ଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ନିକଟରେ ପୋପ୍ ଫ୍ରାନ୍‌ସିସ୍‌ ଙ୍କୁ ନିମୋନିଆ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭାଟିକାନ୍ ସିଟିରୁ ପୋପ୍ ଙ୍କ ମୃତ୍ୟୁ ଖବର ସୂଚନା ମିଳିଛି । ମାତ୍ର ଗୋଟିଏ ଦିନ ପୂର୍ବରୁ, ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଥିଲେ। ସୋମବାର ଦିନ ଭାଟିକାନ ଏକ ବିବୃତ୍ତି ଜାରି କରି କହିଛି ଯେ ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ଫ୍ରାନ୍‌ସିସଙ୍କ ମୃତ୍ୟୁ ହୋଇଛି । ତାଙ୍କର ଉଭୟ ଫୁସଫୁସ ନିମୋନିଆରେ ସଂକ୍ରମିତ ହୋଇଥିଲା । ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। 

hiranchal ad1
Leave A Reply

Your email address will not be published.

two × 2 =